ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଦୀର୍ଘ ଆଠ ଘଣ୍ଟା ପରେ ନାବାଳକ ର ହାତ ବାହାରିଲା ପଥର ସନ୍ଦୀରୁ। ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ଛେଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ତିଳିଗାଆଁ ଗ୍ରାମର ହରିଶ୍ଚନ୍ଦ୍ର ବେହେର୍ଦଳାଇଙ୍କ ପୁଅ ଶ୍ରୀହରୀ ବେହେର୍ଦଳାଇ ବୟସ 15 ସବୁଦିନ ଭଳି ଗାଁ ନିକଟସ୍ଥ ରାମନଦୀକୁ ଗାଧୋଇବା ପାଇଁ ଦିନ 3 ଘଣ୍ଟା ସମୟରେ କିଛି ସାଙ୍ଗଙ୍କ ସହ ମିଶି ଯାଇଥିଲା | ହଠାତ୍ ଗାଧୋଇବା ପୂର୍ବରୁ ସାବୁନଟି ଖସିପଡିଲା ଦୁଇପଥର ମଧ୍ୟରେ ଥିବା ଫାଙ୍କରେ |

ପିଲାଟି ସାବୁନ୍ ଟିକୁ ବାହାର କରିବା ପାଇଁ ସେହି ପଥର ଫାଙ୍କରେ ହାତ ଭର୍ତିକଲା | ଆଶ୍ଚର୍ଯ୍ୟର କଥା ଦିର୍ଘ 3 ଘଣ୍ଟାର ସମସ୍ତ ପ୍ରକାର ଚେଷ୍ଟା କରିଥିଲେ । ଯେତେ ଚେଷ୍ଟା କଲେ ମଧ୍ୟ ବାହାରି ନଥିଲା । ଦୀର୍ଘ ଦୁଇ ଘଂଟା ପରେ ନାବାଳକ ର ପରିବାର ଲୋକେ ଜାଣିବାକୁ ପାଇଲେ ନିଜସ୍ଵ ଚେଷ୍ଟା ରେ ବିଫଳ ହୋଇ ଅଗ୍ନି ସମବାହିନି କୁ ସୂଚନା ଦେଇଥିଲେ ।















