ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ସ୍ବେଚ୍ଛାସେବୀ ମାନଙ୍କୁ ରଥଯାତ୍ରା ପାଇଁ ତାଲିମ ଦିଆଯାଇଛି । ଏମ୍ସ ହସପିଟାଲର ଜାତୀୟ ସେବା ଯୋଜନା ପକ୍ଷରୁ ରଥଯାତ୍ରାରେ ସ୍ବେଚ୍ଛାସେବୀ ମାନେ କିପରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇପାରିବେ ସେ ସମ୍ପକରେ ତାଲିମ ଦିଆଯାଇଥିଲା ।















