ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ୩୪ ତମ ଦିବସରେ ତିନିରଥର ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଏହାସହ ଦିଗନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଛି । ଦଣ୍ଡା ଫ୍ରେମ ଗୁଡିକ ନମ୍ବରିଂ କରାଯାଇଛି । ପଞ୍ଚ ଦଣ୍ଡାରେ କାପ, କଳସା ଓ ବିନ୍ଧ କାମ ଶେଷ ହୋଇଛି ।
ପ୍ରତି ରଥର ଧ୍ବଜବତା କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ଓ ତାଳଧ୍ବଜ ରଥର ଦୁଇଟି ପୋଲ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ପଦଳନ ରଥର ୨୦ ଫୁଟିଆ ଧୂଳି ଦଣ୍ଡା ଚଉପଟ ଓ ଗୋଲେଇ କାର୍ଯ୍ଯ ଶେଷ ହୋଇଛି ।

















