କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ପ୍ରବେଶ ପଥ ପୁରୀ ମେନ୍ କେନାଲ ବ୍ରିଜ ନିକଟରେ ଅବସ୍ଥିତ ହନୁମାନ ବିଗ୍ରହଙ୍କ ପ୍ରତିଷ୍ଠା ବାର୍ଷିକ ମହାଯଜ୍ଞ ମଙ୍ଗଳବାର ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା ।

ଏହି ଉପଲକ୍ଷେ ପ୍ରାତଃହ ରୁ ହନୁମାନଙ୍କ ବିଗ୍ରହର ପୂଜା ନିତି କାନ୍ତି ଶେଷ କରିଥିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ଯଜ୍ଞରେ ହୃଷୀକେଶ ସାହୁ ଏବଂ ତାଙ୍କର ସହଧର୍ମିଣୀ ଗୀତାଞ୍ଜଳି ସାହୁ କର୍ତ୍ତା କର୍ତ୍ତୀ ଭାବେ ଯଜ୍ଞରେ ବସିଥିଲେ ।

ପୂଜକ ବିରଞ୍ଚି ନାରାୟଣ ମିଶ୍ର, ପ୍ରବୀର କୁମାର ପତି, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ସାହୁ, ସଚିତ୍ର ସାହୁ, ଲକ୍ଷ୍ମୀଧର ଜେନା, ଗୋବିନ୍ଦ ମହାରଣା, ପ୍ରଶାନ୍ତ କୁମାର ମହାନ୍ତି, ସୁକାନ୍ତ କୁମାର ଭୋଇ,















