ଏହି ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ରିଟେଲ ଲିମିଟେଡ- ଭାଲ୍ୟୁ ଫର୍ମାଟର ମୁଖ୍ୟ ପରିଚାଳନା ଅଧିକାରୀ କାମଦେବ ମହାନ୍ତି ରଜ ପର୍ବର ମହତ୍ୱ ସମ୍ପର୍କରେ ନିଜର ମତାମତ ବାଂଟିଥିଲେ । ଶ୍ରୀଯୁକ୍ତ ମହାନ୍ତି କହିଥିଲେ, “ରଜ ପର୍ବ ହେଉଛି ମହିଳାମାନଙ୍କ ଶକ୍ତି, ସମ୍ମାନ ଓ ସ୍ଥିରତା ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ସ୍ମାର୍ଟ ବଜାରରେ ଆମେ ସ୍ୱତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ଏକ ଉତ୍ସବମୁଖର, ସମାବେଶୀ ଓ ଆନନ୍ଦଦାୟକ ସପିଙ୍ଗ ଅନୁଭୂତି ସୃଷ୍ଟି କରି ଏହି ପରମ୍ପରାକୁ ସମ୍ମାନ ଜଣାଇ ଗର୍ବିତ ।
ଆକର୍ଷଣୀୟ ଅଫରଠାରୁ ଆରମ୍ଭ କରି ଇନ୍-ଷ୍ଟୋର କାର୍ଯ୍ୟକଳାପଗୁଡ଼ିକ ପର୍ଯ୍ୟନ୍ତ ଆମର ସେଲିବ୍ରେଶନ ଏହି ଶୁଭ ଅବସରରେ ପ୍ରତ୍ୟେକ ମହିଳାଙ୍କୁ ସ୍ୱତନ୍ତ୍ର ଓ ମୂଲ୍ୟବାନ ଅନୁଭବ କରାଇବା ପାଇଁ ସମର୍ପିତ ରହିଛି ।” ଏହି ଅବସରରେ ସୁରଭି ସେନ କହିଛନ୍ତି, “ରଜ ପର୍ବ ହେଉଛି ପରମ୍ପରା, ପାର୍ବଣ ଓ ନାରୀତ୍ୱ ଭାବନାର ଏକ ସେଲିବ୍ରେଶନ । ସ୍ମାର୍ଟ ବଜାରରେ ଆମେ ସ୍ୱତନ୍ତ୍ର ଅଫର, ନିୟୋଜିତ ଗତିବିଧି ଓ ଏକ ସମ୍ପୂର୍ଣ୍ଣ ସପିଙ୍ଗ ଅନୁଭୂତି ସହିତ ଆମର ଗ୍ରାହକଙ୍କ ପାଇଁ ଅତୁଳନୀୟ ମୂଲ୍ୟ ଓ ପାର୍ବଣର ଆନନ୍ଦ ଆଣିବା ପାଇଁ ପ୍ରତିବଦ୍ଧ ରହିଛୁ ।”


© 2023 Odisha Taza News.