ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଯାଜପୁର ବଡ଼ଚଣା :– ଚାହୁଁ ଚାହୁଁ ଭସେଇ ନେଲା ଜୀବନ । ଦେଖୁ ଦେଖୁ ବୁଡି ଜୀବନ ହେରେଇଦେଲେ ଚାଷୀ ସାଉଟି ବେହେରା । କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ ଗ୍ରାମବାସୀ । ଦେଖୁ ଦେଖୁ ଜୀବନ ନେଇଗଲା ନଈବଢ଼ି । କେହି କିଛି କରିବା ଆଗରୁ ଦଶ ମିନିଟରେ ନଈବଢ଼ି କରିସାରିଥିଲା ତା କାମ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଣକା ପଚାୟତର ରାହାଳ ଗ୍ରାମର ସାଉଟି ବେହେରା ଓ ରାମଚନ୍ଦ୍ର ସାହୁ ନଈବଢ଼ିରେ କ୍ଷତି ହେଇଥିବା ଫସଲ ଆଜି ସକାଳୁ ଉଠି ଦେଖିବା ପାଇଁ ଯାଇଥିଲେ ଫସଲ ନଷ୍ଟ ହେଇଯାଇଥିବାର ଦେଖି ସେ ବିଲରେ ଲାଗିଥିବା ଦଳକୁ ସଫା କରୁଥିବାବେଳେ ହଠାତ ଗୋଡ ଖସି ଯାଇଁ ନଈକୁ ପଡିଗଲେ ସାଉଟି ବେହେରା ।

ତାଙ୍କୁ ଉଧାରକରିବା ପାଇଁ ତାଙ୍କ ଗ୍ରାମର ରାମଚନ୍ଦ୍ର ସାହୁ ସାଙ୍ଗେ ସାଙ୍ଗେ ହାତ ବଢ଼ାଇ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ରାମଚନ୍ଦ୍ର ସାହୁ ମଧ୍ୟ ନଈକୁ ଖସି ପଡ଼ିଥିଲେ । ଚିତ୍କାର ଶୁଣି ସାଙ୍ଗେ ସାଙ୍ଗେ ସ୍ଥାନୀୟ ଗ୍ରାମବାସୀ ପାଣିକୁ ଯାଇଁଥିଲେ । ଗ୍ରାମବାସୀ ରାମଚନ୍ଦ୍ର ସାହୁଙ୍କୁ ଉଦ୍ଧାର କରିଥିଲେ । ହେଲେ ସାଉଟି ବେହେରା ସେତେବେଳକୁ ବିହୁତ ଦୁରକୁ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ଖୋଜି ପାଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଂଗେ ସଂଗେ ବଡ଼ଚଣା ସରକାରୀ ଚିକିତ୍ସାଳୟକୁ ନେଇଯାଇଥିଲେ ସେଠି ସାଉଟି ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । (ରିପୋର୍ଟ ବିକାଶ ସାହୁ )














