ଭୁବନେଶ୍ବର (ଓଡ଼ିଶା ତାଜା ନୀଉଜ୍) :- କମିଶନରେଟ ପୋଲିସ ସମ୍ମିଳନୀ କକ୍ଷଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଵର୍ଗତ ଦେଓଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲାl ସଂଘ ତରଫରୁ ସ୍ଵର୍ଗତ ଦେଓଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଥିଲା l

ସ୍ଵର୍ଗତ ଦେଓ ଜଣେ ଦକ୍ଷ ଆଇ.ପି.ଏସ ଅଧିକାରୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ନିଜର ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ ପଦ,ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ସୁନାମ ବଢ଼ାଇଥିଲେ। ତା’ଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଡ଼ିଜିପି ନିଜ ପ୍ରତିକିୟାରେ କହିଥିଲେ। ସ୍ବର୍ଗତ ଦେଓଙ୍କ ସହ ଜଡିତ ଥିବା ବିଭିନ୍ନ ଅଭୁଲା ସ୍ମୃତି ସମ୍ପର୍କରେ ଡିଜିପି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ)ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ଦେଓଙ୍କ ଚାକିରୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଜିପି (କାରାଗାର ଏବଂ ସଂସ୍କାର ସେବା) ଶ୍ରୀ ସୁଶାନ୍ତ କୁମାର ନାଥ,

ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର,ନିର୍ଦ୍ଦେଶକ (ଏସସିଆରବି) ଡ଼.ସନ୍ତୋଷ ଵାଲା,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା)ଶ୍ରୀ ସଞ୍ଜୟ କୁମାର,ପୋଲିସ କମିଶନର (ଭୁବନେଶ୍ୱର- କଟକ)ଡ଼.ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ)ଶ୍ରୀ ପ୍ରତୀକ ମହାନ୍ତି,















