• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜୟହିନ୍ଦ ସଭାରେ ଦେଶର ସୈନ୍ୟ ବାହିନୀଙ୍କର ସୌର୍ଯ୍ୟ : ବିର୍ଯ୍ୟ ଓ ପରାକ୍ରମକୁ ରାଜ୍ୟ କଂଗ୍ରେସ ସମ୍ମାନ ଜଣାଇଲା

Proprietor Abhimanyu Maharana by Proprietor Abhimanyu Maharana
May 30, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଜୟହିନ୍ଦ ସଭାରେ ଦେଶର ସୈନ୍ୟ ବାହିନୀଙ୍କର ସୌର୍ଯ୍ୟ : ବିର୍ଯ୍ୟ ଓ ପରାକ୍ରମକୁ ରାଜ୍ୟ କଂଗ୍ରେସ ସମ୍ମାନ ଜଣାଇଲା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ଗତ ଏପ୍ରେଲ ୨୨ ତାରିଖ ପହଲଗାମ ଅଞ୍ଚଳରେ ପାକିସ୍ଥାନ ଦ୍ୱାରା ପ୍ରେରିତ ଆତଙ୍କବାଦୀଙ୍କ ବନ୍ଧୁଙ୍କ ମୁନରେ ଅକାଳ ଓ ଅକାରଣରେ ୨୭ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଦେଶରେ ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଯୋଗାଉଥିବା ପାକିସ୍ଥାନ ବିରୁଦ୍ଧରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳ ସ୍ୱରୂପ କଂଗ୍ରେସ ଦଳ ସମେତ ଭାରତବର୍ଷର ସମସ୍ତ ବିରୋଧି ଦଳ ସରକାରଙ୍କ ସହିତ ଏକଜୁଟ ହୋଇ ଆତଙ୍କବାଦ ବିରୁଦ୍ଧରେ ଏକ ପୂର୍ଣ୍ଣାଙ୍ଗ ଲଢ଼େଇ କରିବାପାଇଁ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଏହି ଆକ୍ରମଣ ପ୍ରତିଆକ୍ରମଣ ଯୁଦ୍ଧଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାର ଅପରେସନ ସିନ୍ଦୁର ଘୋଷଣା କରି ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଆକ୍ରମଣ କରିଥିଲେ ।

କିନ୍ତୁ ଆକ୍ରମଣ ପ୍ରତିଆକ୍ରମଣ ଭିତରେ ହଠାତକିନା ଦୁଇଦେଶ ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଥିଲା ତାହାକୁ ଆମେରିକାରେ ରାଷ୍ଟ୍ରପତି ଡ୍ରୋନାଲ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କେନ୍ଦ୍ର ସରକାର ଯୁଦ୍ଧ ବିରାମ ବା ସିଜ ଫାୟାର ଘୋଷଣା କରାଯାଇଥିଲା । ଏହି ଆକ୍ରମଣ ପ୍ରତିଆକ୍ରମଣ ଭିତରେ ଭାରତ ବର୍ଷର ତିନି ସୈନ୍ୟବାହିନୀର ଜବାନ, ଅଧିକାରୀ ମାନେ ଅଦମ୍ୟ ସୌର୍ଯ୍ୟ,ବିର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଥିଲେ । ଆଜି ସୈନ୍ୟବାହିନୀଙ୍କର ଏହି ସୌର୍ଯ୍ୟ,ବିର୍ଯ୍ୟ ଓ ପରାକ୍ରମର ସମ୍ମାନରେ ଜୟହିନ୍ଦ ସଭା ମାଧ୍ୟମରେ ସାରା ଦେଶରେ ସ୍ମୃତି ଚାରଣ କରାଯାଇଛି । ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ଏକ ବିଶାଳ ଜୟହିନ୍ଦ ସଭା ଆୟୋଜ କରାଯାଇଥିଲା ।

ଉକ୍ତ ସଭାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ବରିଷ୍ଠ ଲୋକସଭାର ସାଂସଦ ଶ୍ରୀ ଦିପେନ୍ଦର ସିଂ ହୁଡ୍ଡା, ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ଅମର ପ୍ରଧାନ, ନଗେନ୍ଦ୍ର ପଧାନ, ସୁରେଶ କୁମାର ରାଉତରାୟ, ରଞ୍ଜିବ ବିଶ୍ୱାଳ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି,

ରମେଶ ଜେନା ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓଡ଼ିଶାର ୨୦ଜଣ ଅବସରପ୍ରାପ୍ତ ତିନି ସେନାର ଦିଲ୍ଲୀପ କୁମାର ମହାପାତ୍ର, କିଶୋର ଚନ୍ଦ୍ର ମହାପାତ୍ର, ଜଜାତିକେଶଣୀ କର, କୈଳାସ ଚନ୍ଦ୍ର ଧଳ, ବିଭୁଦେନ୍ଦୁ ଷଡ଼ଙ୍ଗୀ, ସାଏଦ ନୁର, ସୁଧିର ସାମଲ, କରୁଣାକର ନାଥ, ଅରୁଣ କୁମାର ପତି, ରମେଶ ଚନ୍ଦ୍ର ମିଶ୍ର, ପ୍ରମୋଦ କୁମାର ପତି, ଖିରୋଦ ଜେନା, ବିଶ୍ୱଭାନୁ କର, ଦେବେନ୍ଦ୍ର ମିଶ୍ର, ଧନେଶ୍ୱର ପଣ୍ଡା, ଦୀପକ କୁମାର ଜେନା, ଧମେନ୍ଦ୍ର ସାହୁ, ଶତୃଘ୍ନ ନାୟକ ପ୍ରମୁଖ ବୀର ଜବାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ପୂର୍ବତନ ସୈନିକ ତଥା କଂଗ୍ରେସ ବିଧାୟକ ଦଳ ଉପନେତା ସିଏଏସ ରାଜନ ଏକ୍କାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ତିନିଜଣ ବରିଷ୍ଠ ପୂର୍ବତନ ସେନାଅଧିକାରୀ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ଭାରତବର୍ଷର ସୈନ୍ୟ ପୃଥିବୀର ଯେକୌଣସି ରାଷ୍ଟ୍ରର ସୈନିକଙ୍କ ଠାରୁ ଅଧିକ ଶକ୍ତିଶାଳୀ ଓ ପରାକ୍ରମୀ ।

ଅପରସେନ ସିନ୍ଦୁର ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏହା ଭାରତପାଇଁ ଅନୁକୂଳ ଥିଲା ଆମେ ଏହାର ସୁଯୋଗ ନେଇ ପାକଅଧିକୃତ କାଶ୍ମିିରକୁ ଛଡ଼ାଇ ଆଣିବାର ସବୁ ସୁଯୋଗକୁ ହାତଛଡ଼ା କଲୁ । କେଉଁ ପରିସ୍ଥିତିରେ ଓ କାହିଁକି ସିଜଫାୟାର ଘୋଷଣା କରାଗଲା ତାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ୱିତ କରିଛି । ଏହା ଆମଦେଶର ସୈନ୍ୟମାନଙ୍କୁ ମନୋବଳକୁ ବହୁମାତ୍ରାରେ କ୍ଷତି ପହଂଚାଇଛି । ଶ୍ରୀ ଦିପେନ୍ଦର ସିଂ ହୁଡ୍ଡା ଏହି ସଭାରେ ବକ୍ତବ୍ୟ ରଖି କହିଥିଲେ ଯେ ଦେଶର ସୈନ୍ୟବାହୀଙ୍କର ତ୍ୟାଗ ଓ ବଳିଦାନକୁ ଏ ଦେଶ କେବେହେଲେ ବ୍ୟର୍ଥ ଦେବ ନାହିଁ । ଦେଶର ସୈନ୍ୟବାହିନୀଙ୍କର ସୌର୍ଯ୍ୟ, ବିର୍ଯ୍ୟ ପରାକ୍ରମ ଓ ବଳିଦାନକୁ ନେଇ ନରେନ୍ଦ୍ର ମୋଦୀ, ବିଜେପି ଦଳ ରାଜନୀତି କରୁଛି ।

ସୈନ୍ୟବାହିନୀରେ କାର୍ଯ୍ୟରତ ସେନାଧିକାରକୁ ସମ୍ମାନ ଜଣାଇବା ପରିବର୍ତ୍ତେ ତାଙ୍କର ଧର୍ମକୁ ନେଇ ତାଙ୍କୁ ସାରା ଦେଶରେ ନିନ୍ଦିତ କରାଯାଉଛି । ଏପରିକି ତାଙ୍କୁ ଆତଙ୍କବାଦୀଙ୍କର ଭଉଣୀ ବୋଲି ଆଖ୍ୟା ଦିଆଯାଉଛି । ଏହା ଅତ୍ୟନ୍ତ ପୀଡ଼ାଦାୟକ । ଭାରତବର୍ଷକୁ ଆଜି ଧର୍ମନାମରେ ଭାଗକରୁଥିବା ବିଜେପି ଦଳ ପହଲଗାମରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଓ ତାଙ୍କର ପରିବାରକୁ ସମ୍ମାନଜଣାଇବା ପରିବର୍ତ୍ତେ ଏଥିରୁ ରାଜନୈତିକ ଫାଇଦା ହାସଲ କରିବାରେ ଲାଗିଛନ୍ତି । ଆମଦେଶର ସେନାବାହିନୀର ଅଧିକାରୀ ଓ ଜବାନମାନଙ୍କୁ ସମ୍ମାନ ଜଣାଇବା ପରିବର୍ତ୍ତେ ଖୋଦ ପ୍ରଧାନମନ୍ତ୍ରୀ ନିଜର ଆତ୍ମପ୍ରଚାରରେ ଲାଗିଛନ୍ତି ।

ବିଜେପି ଦଳର ସାଂସଦ ଖୋଲମଖୋଲା କହୁଛନ୍ତି ଦେଶର ସୈନ୍ୟବାହିନୀ ପ୍ରଧାନମନ୍ତ୍ରୀଙ୍କ ପାଦତଳେ । କଂଗ୍ରେସ ଦଳ ଏହାକୁ କେବେହେଲେ ସହ୍ୟ କରିବନାହିଁ । ଭାରତର ସୈନ୍ୟବାହିନୀଙ୍କର ଆତ୍ମବଳିଦାନ ଯୋଗୁଁ ଆଜି ଆମେସମସ୍ଥେ ଶାନ୍ତିରେ ଅଛୁ । ଏକଥା ନରେନ୍ଦ୍ର ମୋଦି ଭୁଲି ଯାଉଛନ୍ତି । ଭାରତ ବର୍ଷର ବୈଦେଶିକ ମନ୍ତ୍ରୀ ସୀମା ଆରପଟେ ଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ସେନାବାହିନୀ ଆକ୍ରମଣ କରିବାର ବହୁ ପୂର୍ବରୁ ପାକିସ୍ଥାନକୁ ସୂଚନା ଦେଉଛନ୍ତି । ଆମର ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ମାନେ ବିନା କାରଣରେ ମାରୁଛନ୍ତି କିନ୍ତୁ ଆମେ ଆତଙ୍କବାଦୀ ମାନଙ୍କୁ ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ ପୂର୍ବରୁ ସୂଚନା ଦେଉଛୁ । ଏହା ଆମ ଦେଶର କେଉଁଭଳି ବୈଦେଶିକ ନୀତି ଚାଲିଛି ତାହା ଏଥିରୁ ସ୍ପଷ୍ଟ ।

କଂଗ୍ରେସ ଦଳ ସଂସଦରେ ଏକ ଜରୁରୀକାଳିନ ଅଧିବେଶନ ଡାକିବାପାଇଁ ସରକାରଙ୍କୁ ବାରମ୍ବାର ଦାବି କରୁଛି କିନ୍ତୁ ମୋଦି ସରକାର ଏଥିରେ କର୍ଣ୍ଣପାତ କରୁନାହାନ୍ତି । ୧୯୯୪ ମସିହାରେ ପିଭି ନରସିଂହ ରାଓଙ୍କ ସରକାର ସମୟରେ ପିଓକେକୁ ଫେରାଇ ଆଣିବାପାଇଁ ସଂସଦରେ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ପୂର୍ନବାର ଦୋହରାଇବା ପାଇଁ ଆମେ ସଂସଦର ଅଧିବେଶନ ଚାହୁଁଛୁ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଭାରତୀୟ ସୈନ୍ୟବାହିନୀର ପରାକ୍ରମ ଓ ବଳିଦାନର ଭୂୟସୀ ପ୍ରଶଂସା କରି କହିଥିଲେ ୧୯୬୨ ମସିହା ଓ ୧୯୬୫ ମସିହାର ଯୁଦ୍ଧ ଆଜିବି ମୋର ମନେ ଅଛି । ୧୯୭୧ ମସିହାରେ ଆମ ସେନାବାହିନୀ ୯୧ ହଜାରରୁ ଅଧିକ ପାକିସ୍ଥାନୀ ସୈନ୍ୟଙ୍କୁ ଗୃହବନ୍ଧୀ କରି ରଖିଥିଲା ।

କିନ୍ତୁ ଦୁଃଖର କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ ଏଭଳି ଏକ ପ୍ରଚାରଜୀବି ମଣିଷ ନିଜ ପଦ ମର୍ଯ୍ୟାଦାକୁ ସମ୍ମାନ ନଜଣାଇ ସୈନ୍ୟବାହିନୀର ସଫଳତା ଓ ପରାକ୍ରମକୁ ନିଜର ପରାକ୍ରମ କହି ପ୍ରଚାର କରି ବୁଲୁଛନ୍ତି । ଯୁଦ୍ଧ ବିଜେପି ଦଳ ପାଇଁ ରାଜନୈତିକ ପ୍ରଚାର ଓ ପ୍ରସାରର ଏକ ଅସ୍ତ୍ର ପାଲଟିଛି । ଆମ ଓଡ଼ିଶାର ଯେଉଁ ମହିଳାଙ୍କର ସିନ୍ଦୁର ଲିଭିଲା ତାଙ୍କ ସିନ୍ଦୁରକୁ ନେଇ ବିଜେପି ଦଳ ଖୁବ ରାଜନୀତି କରୁଛି । ଖୋଦ ପ୍ରଧାନମନ୍ତ୍ରୀ ନିଜକୁ ସୈନ୍ୟବାହିନୀର ସୈନିକ ହିସାବରେ ସଜାଇ ସାରା ଦେଶରେ ଦେଶ ପଇସାରେ ପୋଷ୍ଟର ମାରୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ରକ୍ତରେ ଗରମ ସିନ୍ଦୁର ଦୌଉଡୁଛି ବୋଲି କହୁଛନ୍ତି । ଏଭଳି ପ୍ରଗଳ୍ଭ ଆତ୍ମପ୍ରଚାର ପ୍ରଧାନମନ୍ତ୍ରୀ ଏ ଦେଶର ବ୍ୟବସ୍ଥା ପ୍ରତି ବଡ଼ ବିପଦ ହୋଇ ଆଜି ଛିଡ଼ାହୋଇଛନ୍ତି ।

କର୍ତ୍ତବ୍ୟରତ ସେନାଧିକାରୀ ମାନଙ୍କୁ ବିଜେପି ଦଳର ସାଂସଦ ଓ ବିଧାୟକମାନେ ଯେଉଁଭଳି ଭାଷା ଓ ଆଚରଣ ଓ ଉଚାରଣ ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଆମ ସେନାବାହିନୀକୁ ଦୁର୍ବଳ କରୁଛି ବୋଲି ସେ କଠୋର ଭାଷାରେ ସମାଲୋଚନ କରିଥିଲେ । ଏ ଦେଶରେ ସାର୍ବଭୌମତ ଏକ ଅଖଣ୍ଡତା ଏ ଦେଶର ସୈନ୍ୟବାହିନୀଙ୍କ ହାତରେ । ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତବର୍ଷର ସୈନ୍ୟବାହିନୀର ସଫଳତାକୁ ଆଜି ବିଜେପି ନିଜର ସଫଳତା ବୋଲି କହିବାରେ ଲାଗିଛି । ଭାରତୀୟ ସେନା, ଭାରତବର୍ଷର ଗୌରବ ଏବଂ ସେମାନଙ୍କର ପରାକ୍ରମ ଯୋଗୁଁ ଆଜି ଶତୃମାନେ ଧୂଳିସାତ ହେଉଛନ୍ତି ।

ସେମାନଙ୍କର ତ୍ୟାଗ, ବଳିଦାନ ପାଖରେ ଏ ଦେଶ ନତମସ୍ତକ । ସେମାନଙ୍କର ପରାକ୍ରମ ଏବଂ ଦେଶପ୍ରୀତି ଯୋଗୁଁ ଯେତେବେଳେ ଯେତେବେଳେ ଦେଶ ଉପରେ କୌଣସି ପ୍ରକାର ଶତୃରାଷ୍ଟ୍ର ଆଖିପକାଇଛି ଆମର ସୈନ୍ୟବାହିନୀ ଦୃଢ଼ ଜବାବ ଦେଇଛି । ପହଳଗାମରେ ଯେଉଁ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରି ମାରିଛନ୍ତି ତାହାକୁ ମୁଁ ନିନ୍ଦା କରୁଛି । କଂଗ୍ରେସ ଦଳର ନେତା ତଥା ବିରୋଧି ଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ସେ ସମୟରେ ବିଦେଶ ଯାତ୍ରାରେ ଥିଲେ । ବିଦେଶରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲକରି ତତ୍‌କ୍ଷଣାତ ଫେରିଆସି ଜମ୍ମୁକାଶ୍ମିରକୁ ଗ୍ରସ୍ତ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ତାର ପରଦିନ ବିହାରରେ ନିର୍ବାଚନୀ ବିଗୁଲ ଫୁଙ୍କୁଥିଲେ । କାହିଁକି ଓ କେଉଁ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ପ୍ରଥମେ ଯୁଦ୍ଧ ବିରତିର ଘୋଷଣା କଲାପରେ ଆମେ ଘୋଷଣା କରୁଛୁ ।

ଏହାର ଉତର ଖୋଦ ପ୍ରଧାନମନ୍ତ୍ରୀ ଦେବା ଉଚିତ । ପ୍ରଧାନମନ୍ତ୍ରୀ ବୁଲି ବୁଲି ଭାଷଣ ଦେଉଥିଲା ବେଳେ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟକୁ ମୃତକଙ୍କୁ ପରିବାରକୁ ଭେଟି ସମବେଦନା ଜଣାଇଥିଲା । ଏହି ଜୟହିନ୍ଦ ସଭାକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଶୋକ ଦାସ, ସତ୍ୟଜିତ ଗମାଙ୍ଗୋ, ଦାସରଥି ଗମାଙ୍ଗୋ, ଆପାଲସ୍ୱାମୀ କାଡରାକ, ମଙ୍ଗୁ ଖିଲ, ପବିତ୍ର ସାଉଂଟା, ସମୀର ରାଉତରାୟ, ନବଜ୍ୟେତି ପଟ୍ଟନାୟକ, ମାନସ ଚୌଧୁରୀ,

ଯୁଧିଷ୍ଠିର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ମାନସ ରଞ୍ଜନ ଆଚାର୍ଯ୍ୟ, ମନୋଜ ବିଶ୍ୱାଳ, ଅଶିତ ପଟ୍ଟନାୟକ, ସିର୍ଦ୍ଧାର୍ଥ ସ୍ୱରୂପ ଦାସ, ମିନାକ୍ଷୀ ବାହିନୀପତି, ରଣଜିତ ପାତ୍ର, ଉଦିତ ପ୍ରଧାନ, ହଳଧର ସେଠୀ, ସସ୍ମିତା ବେହେରା, ମହମ୍ମଦ ଇମଦାଦ, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ବିଜୟାନନ୍ଦ ଚାଉଳିୟା, ଅମୀୟ ପଟ୍ଟନାୟକ, ସିପ୍ରା ମଲ୍ଲିକ ସମେତ ବହୁ ଛାତ୍ର ମହିଳା ଯୁବ କଂଗ୍ରେସ ନେତୃବୃନ୍ଦ ଓ ବିଭିନ୍ନ ଜିଲ୍ଲାର ସଭାପତି ତଥା ବରିଷ୍ଠ ନେତୃବର୍ଗମାନେ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026

Recent News

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version