No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ହୋମଗାର୍ଡ ଇଣ୍ଟରିଭ୍ୟୁ ସମୟରେ ଅଘଟଣ ଦେଖାଦେଇଛି. ଦୌଡ ପରୀକ୍ଷା ଚାଲିଥିବା ବେଳେ ଜଣ ପରୀକ୍ଷାର୍ଥୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି.ଘଟଣାରୁ ପ୍ରକାଶ, ଗତ କିଛି ଦିନ ହେଲା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହୋମଗାର୍ଡ ନିଯୁକ୍ତି ନିମନ୍ତେ ବିଭିନ୍ନ ପରୀକ୍ଷା ଚାଲୁ ରହିଛି. ଆଜି ଏହି ପରୀକ୍ଷା ନିମନ୍ତେ 2 କିମି ଦୌଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା. ଏହି ସମୟରେ କିଛି ଜଣ ପରୀକ୍ଷାର୍ଥୀ ତଳେ ପଡି ଯାଇଥିଲେ.
ଏମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା. ଡାକ୍ତରଖାନାରେ ଡାକ୍ତର ଗୁରୁତରମାନଙ୍କୁ ଚିକିତ୍ସା ଆରମ୍ଭ କରିବା ସମୟରେ ଏହି ଜିଲ୍ଲାର ପରିସଲ ଗ୍ରାମର ଲାଦେନ ମିଶାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ. ପି. ଶଙ୍କର ନାମକ ଅନ୍ୟ ଜଣେ ଗୁରୁତର ଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଆଉ 3 ଜଣ ପରୀକ୍ଷାର୍ଥୀଙ୍କୁ ପାରଳା ଡାକ୍ତରଖାନାରେ ଚିକିତ୍ସା ଚାଲିଛି. ଏମାନେ ବିପଦମୁକ୍ତ ଥିବା ସୂଚନା ମିଳିଛି. ହୋମଗାର୍ଡ ପରୀକ୍ଷା ବେଳେ ଏଭଳି ଭାବେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହେବା ନେଇ ସମସ୍ତ ପରୀକ୍ଷାର୍ଥୀ ଓ ଜିଲ୍ଲାବାସୀଙ୍କ ଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି.

No Result
View All Result