No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ 32 ଲକ୍ଷ ଟଙ୍କାର ରନିଙ୍ଗ ବିଲ୍ କରାଇ ଦେବା ପାଇଁ ଜନୈକ ଠିକାଦାର ଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣା ପଡ଼ିଛି ଘଟଣାରୁ ପ୍ରକାଶ ଯେ,
ଆଜି କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟର ଏକାଉଟେଣ୍ଟ ସୁରଜ ପ୍ରାସାଦ ଜସୁଆଲ ଓ କେସିୟର ନରେଶ ପଟ୍ଟନାୟକ ଠିକାଦାରଙ୍କ ୪ ଟି ବିଲ କରାଇ ଦେବାକୁ କହି ୧୫,୦୦୦ (ପନ୍ଦର ହଜାର ଟଙ୍କା) ଲେଖାଏ ପୃଥକ ପୃଥକ ଭାବେ ଦୁଇ ଜଣ ମୋଟ ୩୦ ହଜାର ଟଙ୍କା ଫୋନପେ ଦ୍ୱାରା ଲାଞ୍ଚ ନେଇଥିଲେ
ପୁର୍ବରୁ ସୂଚନା ପାଇ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ଚଢ଼ାଉ କରି ଦୁଇ କର୍ମଚାରୀଙ୍କ ଠାରୁ ପ୍ରୁଥକ ପୃଥକ ଭାବେ ୧୫ ହଜାର ଟଙ୍କା ଲେଖାଏଁ ମୋଟ ୩୦ ହଜାର ଟଙ୍କା ଫୋନପେ ଦ୍ୱାରା ଠିକାଦାର ପ୍ରଦାନ କରିଥିଲେ ତଦନ୍ତ ଜାରି ରଖିଛନ୍ତି l ବ୍ରହ୍ମପୁର ଭିଜିଲାନ୍ସ ପିଏସ କେସ ନଂ 5/2025,U/s 7pc act 2018 ମୋକଦ୍ଧମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି l କେଶିୟର ନରେଶ ପଟ୍ଟନାୟକ ଙ୍କ ସରକାରୀ ବାସ ଭବନରେ ଚଢ଼ାଉ ଜାରି ରହିଛି l

No Result
View All Result