• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
May 28, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବୁଥ ସ୍ତରରୁ କିଭଳି ଭାବରେ ଯୁବ କଂଗ୍ରେସକୁ ମଜବୁତ କରାଯିବ ସେଥିପାଇଁ ଖସଡ଼ା ପ୍ରସ୍ତୁତ କରନ୍ତୁ ।

ଯୁବ କଂଗ୍ରେସର ନେତୃବୃନ୍ଦମାନେ ତୃଣମୂଳ ସ୍ତରରେ ଯାଇ ଦଳକୁ ସଂଗଠିତ କରନ୍ତୁ । ସମସ୍ତ ପଞ୍ଚାୟତ ଏବଂ ବୁଥସ୍ତରରେ ଯୁବ କଂଗ୍ରେସର କର୍ମୀମାନେ ସାଧାରଣ ଜନତାଙ୍କର ସମସ୍ୟା, ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା, ସାମାଜିକ ନ୍ୟାୟ, ଧାର୍ମିକ ସହନଶୀଳତା, ଦରଦାମ ବୃଦ୍ଧି, ବେକାରୀ, ଦାରିଦ୍ର‌୍ୟ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରନ୍ତୁ । ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁଜୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଯୁବ କଂଗ୍ରେସ ହେଉଛି କଂଗ୍ରେସ ଦଳର ମେରୁଦଣ୍ଡ ଏବଂ ଏକ ମୁଖ୍ୟ ସାମ୍ମୁଖ୍ୟ । ଓଡ଼ିଶାରେ କଂଗ୍ରେସ ଦଳକୁ ସରକାରକୁ ଆଣିବାପାଇଁ ଯୁବ କଂଗ୍ରେସର ଅବିଶ୍ରାନ୍ତ ଓ ନିଷ୍ଠାର ସହ ସଂଗ୍ରାମ ଓ କାର୍ଯ୍ୟକ୍ରମ ଏକମାତ୍ର ମାଧ୍ୟମ । ଯୁବକମାନେ ହିଁ ପରିବର୍ତ୍ତନର ସୂତ୍ରଧର ।

ସେମାନଙ୍କର ତ୍ୟାଗ ଓ ଆନ୍ଦୋଳନ ସରକାରକୁ ପରିବର୍ତ୍ତନ କରିବ । ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଯୁବ ବିରୋଧି ସରକାର । ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ହତାସାରେ କାଳ କାଟୁଥିବା ବେଳେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାର ଚିନ୍ତା କରୁନାହାନ୍ତି । ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମହିଳାମାନେ ଅସୁରକ୍ଷିତ । ଓଡ଼ିଶାର ଖଣିଜ ଦ୍ରବ୍ୟ ଲୁଟ ହେଉଛି ମାତ୍ର ଓଡ଼ିଶାର ପରିସ୍ଥିତି ଅପରିବର୍ତ୍ତିତ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ଶ୍ରୀ ମହେଶ ଦେଶମୁଖ କହିଲେ ଯେ ଯୁବ କଂଗ୍ରେସ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସାଧନ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି ।

କ୍ଷମତାସୀନ ସରକାରର ଦୁର୍ବଳତା, ଅପାରଗତା, ଲୁଟ ଏବଂ ଅତ୍ୟାଚାର ବିରୁଦ୍ଧରେ ପୁରପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନର ସ୍ୱର ପ୍ରକମ୍ପିତ ହେବ । ଦାୟୀତ୍ୱନ୍ୟସ୍ତ କର୍ମକର୍ତ୍ତାମାନେ ଜନତାଙ୍କର ଜାଗ୍ରତ ପ୍ରହରୀଭାବେ ପଞ୍ଚାୟତ କାର୍ଯ୍ୟାଳୟ, ଡାକ୍ତରଖାନା, ବ୍ଲକ କାର୍ଯ୍ୟାଳୟ, ତହସିଲ ଅଫିସ, ଜିଲ୍ଳାପାଳ କାର୍ଯ୍ୟାଳୟ ଠାରୁ ସଚିବାଳୟ ପର୍ଯ୍ୟନ୍ତ ଯେଉଁଠାରେ ଦୁର୍ନିତି ଓ ଅନ୍ୟାୟ ହେଉଛି ସେଠି ଲୋକଙ୍କୁ ନ୍ୟାୟ ଦେବାପାଇଁ ଶାଣିତ ସ୍ୱର ଉତ୍ତୋଳନ କରିବେ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ କୁମାର ପାତ୍ର ଆଗାମୀ ତିନିମାସରେ ରାଜ୍ୟ, ଜିଲ୍ଲା, ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବ୍ଲକସ୍ତର ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେ ଉପରେ ଆଲୋଚନା କରିଥିଲେ ।

ପ୍ରଥମେ ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଶୋକପ୍ରସ୍ତାବ ଆଗତ କରିଥିଲେ । ପହଲଗ୍ରାମରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନିରୀହ ପର୍ଯ୍ୟଟକ, ପାକିସ୍ଥାନୀର ଆତଙ୍କବାଦୀ ଆଡ୍‌ଡାକୁ ଧ୍ୱଂସ କରିବାରେ ସାହସ, ଶକ୍ତି ଓ ପରାକାଷ୍ଠା ପ୍ରଦର୍ଶନ କରି ନିଜକୁ ବଳିଦାନ ଦେଇଥିବା ଭାରତୀୟ ସୈନ୍ୟ ଏବଂ ଇତିମଧ୍ୟରେ ଇହଧାମ ତ୍ୟାଗ କରିଥିବା ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କଂଗ୍ରେସ ନେତୃବୃନ୍ଦଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରିବା ସହ ସେମାନଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଆଜିର କାର୍ଯ୍ୟକାରିଣୀରେ ପାଞ୍ଚଗୋଟି ପ୍ରସ୍ତାବ ଆଗତ ହୋଇଥିଲା ।

ଯଥା ୧. ବେକାରୀ, ନିଯୁକ୍ତି ଓ କର୍ମସଂସ୍ଥାନ । ୨. ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମସ୍ୟା, ୩. ଜାତିଭିତ୍ତିକ ଜନଗଣନା, ଓବିସି / ଏସ୍‌.ସି.ବି.ସି ଅନୁସୂଚିତ ଜାତି ଓ ଜନଜାତି ଆରକ୍ଷଣ । ୪. ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ୫. ମାଗଣା ବିଜୁଳି । ଏହି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାପରେ ସାଧାରଣ ଜନତାଙ୍କ ସ୍ୱାର୍ଥ ସାଧନ ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ନେଇ ପ୍ରଦେଶ ଯୁବ କଂଗ୍ରେସ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବ ବୋଲି ପ୍ରସ୍ତାବ ସମସ୍ତଙ୍କର ସମର୍ଥନ ଲାଭ କରିଥିଲା । ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେ ଜେନା, ଶ୍ରୀ ତାରା ପ୍ରସାଦ ବାହିନୀପତି, ରାଜନ ଏକ୍କା, ବିଶ୍ୱଜିତ ଦାଶ, ମନୋଜ ଜେନା, ୟାସିର ନୱାଜ, ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ଯୋଗୀନାଥ ବାହୁବଳେନ୍ଦ୍ର, ମନୋଜ ରାଉତ,

ଅଜୟ ସାହୁ ପ୍ରମୁଖ ଯୋଗଦେଇ ଯୁବ କଂଗ୍ରେସକୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ଦେଇଥିଲେ ଏବଂ ଆଜିର ଆହ୍ୱାନ କ’ଣ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି କୃଷ୍ଣ ମହାନ୍ତି, ଗଣେଶ ସାହୁଙ୍କ ସମେତ ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ରୁକ୍କମଣୀ ମଙ୍ଗରାଜ, ସାଧାରଣ ସମ୍ପାଦକ ଭାବରେ ନିହାର ବେହେରା, ଅଭିଜିତ ଜେନା, ଗୋପନ ମାର୍ଥା, ମନ୍ଦାକିନୀ ବଣୁଆ, ଜାଭେଦ ଅକତର, କେଦାର ଦଳାଇ, ସ୍ୱାଗତ କର, ସୁଦୀପ ସାମଲ, ଜୟପ୍ରକାଶ ବଦି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ଆଲୋକ ଦାସ, ମହମ୍ମଦ ସାହେବ, ମୋହନ ନାୟକ, ଅମିତ ଅଚାର୍ଯ୍ୟ, ସୁନେଶ ଧିର, ଅମିତ ଆହିର, ଲିପିକା ପାତ୍ର, ମହମ୍ମଦ ସାହାରୁଖ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version