ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ଓଡ଼ିଆ ନାଟ୍ୟ ଜଗତର ପ୍ରଥିତଯଶା ଜାତୀୟତା ବାଦୀ ନାଟ୍ୟକାର ସ୍ଵର୍ଗତ ପରଶୁରାମ ହରିଚନ୍ଦନ ଙ୍କ ୪୮ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ପରଶୁରାମ ସ୍ମୃତି କମିଟି, ବାଣପୁର ମିଳିତ ଆନୁକୂଲ୍ୟରେ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଵାଧୀନତା ପରବର୍ତ୍ତୀ ପ୍ରମୁଖ ନାଟ୍ୟ ରଥୀ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ଦେଶାତ୍ମବୋଧକ ଐତିହାସିକ ନାଟକ ଛିନ୍ନାଙ୍ଗୀ(୧୯୫୪),ଦିଗ୍ ବିଜୟୀ କପିଳେନ୍ଦ୍ର ଦେବ (୧୯୬୧),

ବିପ୍ଲବୀ କ୍ରୃତ୍ତିଵାସ (୧୯୭୦), ଅଭିଶପ୍ତ ଦୁର୍ଗ(୧୯୭୮)ରେ ଓଡ଼ିଆ ଜାତିର ଶୈ।ର୍ଯ୍ୟ, ସ୍ଵାଭିମାନ ଓ ବୀରତ୍ବର ଗାଥା ନାଟ୍ୟକାର ଙ୍କୁ ଓ ତାଙ୍କର ସ୍ତୃଷ୍ଟି କୁ କାଳଜୟୀ କରି ରଖିଥିବ ବୋଲି ଉତ୍ସବ ରେ ନିମନ୍ତ୍ରିତ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପରଶୁରାମ ସ୍ମୃତି କମିଟି, ବାଣପୁର ର ସଭାପତି ଗୋଲକ ବିହାରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ବତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,

ମୁଖ୍ୟ ବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମର ସ୍ଵାଇଁ , ସମ୍ମାନିତ ଅତିଥି ଭାବେ ପରଶୁରାମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରେମ ରାଜ ପ୍ରଧାନ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗଦେଇ ସ୍ବର୍ଗତ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ସ୍ମୃତି ଚାରଣ ଛଳରେ ତାଙ୍କର ବଳିଷ୍ଠ ଵହୁମୁଖୀବ୍ୟକ୍ତିତ୍ବ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।















