No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପେଟ ପାଟଣା ପାଇଁ ଗଜପତି ଜିଲ୍ଲାର ନିଜର ଭିଟା ମାଟି ଛାଡି ସୁଦୂର ତାମିଲନାଡୁକୁ ମହିଳା ଦାଦନ ଶ୍ରମିକ ଭାବେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ତାମିଲନାଡୁ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ମୃତ ମହିଳା ଶ୍ରମିକଙ୍କ ନାମ ପ୍ରୀତି ଲତା ମହାପାତ୍ର. ତାଙ୍କ ଘର ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରଣାଲଇ ଗ୍ରାମରେ ଅଟେ. 
ଗତ କିଛି ମାସ ହେଲା ଗଜପତିରୁ ତାମିଲନାଡୁର ତ୍ରିପୁରା ନାମକ ଏକ ସ୍ଥାନରେ ମହିଳା ଶ୍ରମିକ ଭାବେ ନିୟୋଜିତ ଥିଲେ. ଗତକାଲି କୌଣସି ଏକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ମୃତ ମହିଳା ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର. ତାଙ୍କ ମର ଶରୀରକୁ ତାଙ୍କ ନିଜ ଗ୍ରାମରେ ପହଞ୍ଚାଇବା ପାଇଁ ପ୍ରଶାସନର ସାହାର୍ଯ୍ୟ ଲୋଡିଛନ୍ତି ପରିବାର ଓ ଗ୍ରାମବାସୀ ।

No Result
View All Result