No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ନଗରର ବିଭିନ୍ନ ବଜାର, ସାହି ବସ୍ତିରୁ ଉଠା ଦୋକାନୀମାନେ ଜିବିକା ହରାଇ ଅତି ସଙ୍କଟ ଜନକ ପରିସ୍ଥିତିରେ ଜିବିକା ନିର୍ବାହ କରୁଛନ୍ତି। ସେମାନେ ବାଧ୍ୟତାମୂଳକ ଭାବେ ଡିସିପି କଟକଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।
ଦାବିପତ୍ର ରେ
୧) ଉଛେଦ ହୋଇଥିବା ଉଠା ଦୋକାନୀ ମାନଙ୍କୁ ତୁରନ୍ତ ଭେଣ୍ଡି ଜୋନ ଯୋଗାଇ ଦିଆଯାଉ ।
୨) ଥଇଥାନ ନ ହେବା ଯାଏଁ ଉଠା ଦୋକାନୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଉ ।
୩) ସେମାନଙ୍କୁ ମାର ଧର କରିବା, ଜିନିଷ ପତ୍ର ଫୋପାଡି ଦେବା, ବିନା କାରଣରେ ରସିଦ କାଟିବା, ବନ୍ଦ ହେଉ।
୪) ଉଛେଦ ହୋଇଥିବା ଉଠା ଦୋକାନୀ ମାନଙ୍କୁ ପୁରୀ ସହର ପରି କ୍ଷତିପୂରଣ ଦିଆଯାଉ।
୫) ସେମାନଙ୍କୁ ମିଳିଥିବା ରୂଣ ଛାଡ଼ କରାଯାଉ। ଏବଂ ସମସ୍ତ ଉଠା ଦୋକାନୀଙ୍କୁ ଭେଣ୍ଡି ଲାଇସେନ୍ସ ଦିଆଯାଉ।
୬) କେନ୍ଦ୍ର, ରାଜ୍ୟ ଓ ନ୍ୟାଳୟ ଙ୍କ ର ୨୦୧୪ ଓ ୨୦୧୫ ଆଇନ କୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଉ।
ଡିସିପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉଠା ଦୋକାନୀ ମାନଙ୍କ ବିକ୍ଷୋଭର ନେତୃତ୍ବ ନେଇଥିଲେ ମହାସଂଘ ସଭାପତି ଆଡଭୋକେଟ ଅମରେନ୍ଦୁ ମହାନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସିଡିଏ ରୁ ନରୋତ୍ତମ ଦାସ, ମଧୁପାଟଣାରୁ ଅକ୍ଷୟ କୁମାର ସାହୁ, ନିରଞ୍ଜନ ସାହୁ, ସନ୍ତୋଷ କୁମାର ସାହୁ, ରାଜକିଶୋର ସାହୁ, ରମାକାନ୍ତ ନାୟକ, ରତ୍ନାକର ସାହୁ, ରବିନ୍ଦ୍ର କୁମାର ସାହୁ ଓ ଛବି ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result