No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ +୨ କଳା ପରୀକ୍ଷାରେ ୧୯୬ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୫୩ ଜଣ ,ଦ୍ଵିତୀୟ ଶ୍ରେଣୀରେ ୨୮ ଜଣ,ତୃତୀୟ ଶ୍ରେଣୀରେ ୯୨ ଜଣ ଏହିପରି ଭାବେ ୧୭୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀ ଶୁଭଶ୍ରୀ ପଢ଼ିଆରୀ ୫୨୩ ନମ୍ବର ରଖି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଳିସାହି ରେ ୨୮୨ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୮୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପ୍ରଥମ ଶ୍ରେଣୀ ରେ ୩୫ ଜଣ,ଦ୍ଵିତୀୟ ଶ୍ରେଣୀରେ ୪୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୦୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ର ସୁଧିର ପ୍ରଧାନ ୫୧୧ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି।ସେହିପରି ବିଜ୍ଞାନ ପରୀକ୍ଷାରେ ୮୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୭୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ପ୍ରଥମ ଶ୍ରେଣୀ ରେ ୪୬ ଜଣ ,ଦ୍ଵିତୀୟ ଶ୍ରେଣୀରେ ୨୬ ଜଣ,ତୃତୀୟ ଶ୍ରେଣୀରେ ୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ର ଶୁଭ ପ୍ରସାଦ ସାହୁ ୪୯୯ ନମ୍ବର ରଖି ବିଜ୍ଞାନ ପରୀକ୍ଷାରେ କଲେଜ ଟପ୍ପର ହୋଇଛନ୍ତି ।
ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଶୁଭଶ୍ରୀ ପଢ଼ିଆରୀ ୫୨୩ ନମ୍ବର ରଖି ବ୍ଲକ୍ ଟପ୍ପର ହୋଇଛନ୍ତି। ଗଣିଆ ବଳରାମ ପ୍ରସାଦ ଗ୍ରାମର ପଞ୍ଚାନନ ପଢ଼ିଆରି ଙ୍କ କନ୍ୟା ହେଉଛନ୍ତି ଶୁଭଶ୍ରୀ।ବ୍ଲକ୍ ଟପ୍ପର ହେବାପରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବୁଦ୍ଧିଜୀବୀ,ଶିକ୍ଷାବିତ୍,ବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି।

No Result
View All Result