No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପାହାଡରେ ପିଟିହେଲା ଯାତ୍ରୀବାହୀ ବସ୍ । ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ମାର୍ଲବା ଘାଟିରେ ରବିବାର ଭୋରୁ ଇସ୍ପାତ ନାମକ ଯାତ୍ରୀବାହୀ ବସ ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଏହି ବସଟି ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ପାହାଡରେ ପିଟିହୋଇଯାଇଥିଲା । ଏଥିରେ ପ୍ରାୟ ପଚିଶି ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସ କଣ୍ଡକ୍ଟରଙ୍କ ସମେତ ତିନି ଯାତ୍ରୀ ଗୁରୁତର ହୋଇଥିବା ସହ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।

No Result
View All Result