No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିହାର ଦରଭଗାଂ ସ୍ଥିତ ଆମ୍ବେଦକର କଲ୍ୟାଣ ହଷ୍ଟେଲ ରେ ଛାତ୍ର ମାନଙ୍କୁ ନେଇ ଏକ ସଭା ର ଆୟୋଜନ କରିବାକୁ ଯାଇଥିବା ବେଳେ ଲୋକସଭା ର ବିରୋଧ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ବିହାର ର ପୋଲିସ ଅଟକାଇଥିଲା । ଏହାକୁ ବିରୋଧ କରି ଆଜି ଭୂବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ର କର୍ମୀ ମାନେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
ଏବଂ ଏଥି ସହ କଂଗ୍ରେସ ଦଳ ର ବିରୋଧ ଦଳ ନେତା ଙ୍କୁ ଏପରି ସଭା କରିବାକୁ ଅଟକାଇବା ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ କାର୍ଯ୍ଯ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଶନ ରାଉତ, ରେ ଆୟୁସ, ଭି ଭବାନୀ, ନରେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅନ୍ୟ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

No Result
View All Result