• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରର ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଅନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ଓ ‘ସ୍କିଲ୍ ଅନ୍ ହ୍ୱିଲ”କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ

Proprietor Abhimanyu Maharana by Proprietor Abhimanyu Maharana
May 17, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Hon’ble Governor of Odisha Inaugurates International Language Training Centre and Flags Off ‘Skill on Wheel’ at Skill Development Institute Bhubaneswar
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର (SDI)ରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ କରମକମଳରେ ନାସନାଲ୍ ସ୍କିଲ୍ ଡେଭେଲପମେଣ୍ଟ୍ କର୍ପୋରେସନ୍(NSDC)ର ସହଯୋଗରେ ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ ସହ ‘ସ୍କିଲ୍ ଅନ୍ ହ୍ୱିଲ୍’ ବା କୌଶଳ ରଥର ଶୁଭାରମ୍ଭ ହୋଇଯାଇଛି । ଏହାକୁ ମାନ୍ୟବର ରାଜ୍ୟପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ । ଏହାସହ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନୀଆ, ଏସଡିଆଇ ଭୁବନେଶ୍ୱରର ଚେୟାରମ୍ୟାନ ଶ୍ରୀମତୀ ରଶ୍ମି ଗୋଭିଲ, ଆଇଓସିଏସର ଏଚଆର୍ ନିର୍ଦ୍ଦେଶକ, ଏନଏସଡିସି ଓ ଦକ୍ଷତା ବିକାଶ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ସ୍କିଲ ଇଣ୍ଡିଆର ପରିକଳ୍ପନାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରଗତିଶୀଳ ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କରି ତାଙ୍କୁ ଜାତୀୟ ସ୍ତରରେ ପ୍ରଶଂସା ପାଇଥିବା ଏସ୍. ଡି. ଆଇ. ଭୁବନେଶ୍ୱରର ସ୍ଥପତି ବୋଲି ଅଭିହିତ କରିଥିଲେ । ସେ କହିଥିଲେ, ଏହି ବିଶ୍ୱସ୍ତରୀୟ କ୍ୟାମ୍ପସ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ୪୭ ଏକର ପରିମିତ ଜମିରେ ୫୦୦ କୋଟି ଟଙ୍କାର ନିବେଶ ସହିତ ବିକଶିତ ହୋଇ କୌଶଳ ପ୍ରଶିକ୍ଷଣର ଉତ୍କୃଷ୍ଟତାର ଏକ ମଡେଲ୍ ଭାବରେ ଉଭା ହୋଇଛି । SDI ଭୁବନେଶ୍ୱର ଇଞ୍ଜିନିୟରିଂ, ପଲିଟେକନିକ୍ ଏବଂ ଆଇଟିଆଇ ସ୍ନାତକଧାରୀଙ୍କ ପାଇଁ ଏହା ବିଶେଷ ସହାୟକ ହୋଇଛି । “ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ର NSDCର ପ୍ରୟାସରେ ଆଜି ଆରମ୍ଭ ହୋଇଛି । ଯେଉଁ ଏକାଡେମୀ ଆମର ଯୁବଶକ୍ତିଙ୍କୁ ବିଦେଶୀ ଭାଷାର ପ୍ରଶିକ୍ଷଣ ଦେଇ ସେମାନଙ୍କ ପାଇଁ ଅନ୍ତର୍ଜାତୀୟ ସୁଯୋଗକୁ ବ୍ୟାପକ କରିଛି ।

ସେମାନଙ୍କୁ ଭବିଷ୍ୟତର କ୍ୟାରିୟରରେ ସୁଯୋଗ ଦେବା ପାଇଁ ସବୁପ୍ରକାର ସହଯୋଗ ମଧ୍ୟ ପ୍ରଦାନ କରାଯିବ । ସେହିପରି ଉଦଘାଟିତ କୁଶଳ ରଥ ଏକ ମୋବାଇଲ୍ ପ୍ରଶିକ୍ଷଣ ୟୁନିଟ୍ । ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କ ଦକ୍ଷତାକୁ ବଢାଇବ । ମାନ୍ୟବର ରାଜ୍ୟପାଳ କହିଥିଲେ SDI ଭୁବନେଶ୍ୱର ଜାତୀୟ ସ୍ତରରେ ଏକ କୌଶଳ ଏକାଡେମୀ ଭାବେ ଆଗକୁ ବଢ଼ିବ ଏବଂ ଆମର ରାଜ୍ୟ ଓଡିଶାକୁ ଅଧିକ ଗୌରବନ୍ନିତ କରିବାରେ ସକ୍ଷମ ହେବ ।

ମାନ୍ୟନୀୟ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, SDI ଭୁବନେଶ୍ୱର ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଳ୍ପନାକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଓଡିଶାକୁ ପୂର୍ବ ଭାରତର କୌଶଳ କେନ୍ଦ୍ରରେ ପରିଣତ କରାଯିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିପାଇଁ ବଦ୍ଧପରିକର । ସେ SDI ଭୁବନେଶ୍ୱରକୁ ଓଡ଼ିଶା ଏବଂ ପୂର୍ବଭାରତର ଯୁବବର୍ଗଙ୍କ ପାଇଁ “ବତି ଘର” (ଲାଇଟହାଉସ) ବୋଲି ଅଭିହିତ କରିଥିଲେ । SDI ଭୁବନେଶ୍ୱରରେ ଏହି ଦୁଇଟି ନୂଆ ପ୍ରୟାସ SDI ଭୁବନେଶ୍ୱରର CEO ଶ୍ରୀ ରଞ୍ଜନ ଭୌମିକ୍ ଏବଂ COO ଶ୍ରୀ ରାଜେଶ କୁମାର ତ୍ରିପାଠୀଙ୍କ ମିଳିତ ନେତୃତ୍ୱ କାରଣରୁ ସମ୍ଭବ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

May 11, 2026
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

May 11, 2026
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version