No Result
View All Result
କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଜମ୍ମୁ କାଶ୍ମୀରର ପହଲଗାମ ଠାରେ ଗତ ୨୨ତାରିଖରେ ଆତଙ୍କବାଦି ମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ।ଏହାପରେ ଆମ ଦେଶ ସୈନ୍ୟବାହିନୀ ମାନଙ୍କ ଦ୍ଵାରା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ର ଆତଙ୍କବାଦିଙ୍କ ବିଭିନ୍ନ ଆଡା ସ୍ଥଳୀ ଉପରେ ଆକ୍ରମଣ କରାଯାଇ ଧଂଶ କରାଯାଇଥିଲା।
ଏହି ଅପରେସନ ଦ୍ଵାରା ଭାରତର ତିନିସେନା ପକ୍ଷରୁ ପାକିସ୍ତାନର ୯ଟି ଆତଙ୍କବାଦି ଆଡ଼ା ସ୍ଥଳୀ ଧଂଶ କରିବା ସହ ପାକିସ୍ତାନୀ ଏୟାରବେସ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଏଥିରେ ପାକିସ୍ତାନ ମୁଣ୍ଡ ନୁଆଇଁବା ସହ ଆସ୍ତ୍ରବିରତି ଘୋଷଣା କରିଥିଲା।ଏହି ପାରିପେଖିରେ ସେନା ବାହିନୀର ମନବଳ ବଢ଼ାଇବା ପାଇଁ ଆଜି ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ତୀରଙ୍ଗା ଶୋଭାଯାତ୍ରା ରେ ପୂର୍ବତନ ଗଣ ଶିକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ l
ଏହା କୁସୁପୁର ର ପେଟ୍ରୋଲ ପମ୍ପ ଠାରୁ ଗୋପ ବ୍ଲକ୍ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ରେ ଗୋପ ଅଞ୍ଚଳ ର ସମସ୍ତ ସମାଜସେବୀ ଓ ବିଭିର୍ନ୍ନ ସଂଗଠନ ର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଗୋପ ସାମ୍ବାଦିକ ସଂଘ ସଭାପତି ଭାରତୀ ଭୂଷଣ ଉପାଧ୍ୟାୟ ଙ୍କ ନେତୃତ୍ୱସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ କାରଣ ହେଉଛି ଭାରତୀୟ ସେନା ଓ ମୋଦିଜୀ ଙ୍କ ନେତୃତ୍ୱ କୁ ଦୃଢ଼ ସମର୍ଥନ ରହିଛି l
ଏଥିରେ ଗୋପ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ ପରିବା ର ସମସ୍ତ ସଦସ୍ୟ ଓ ଟ୍ୱଟର ଆକ୍ଟିଭିଟିସ ସନ୍ତୋଷ ନାୟକ ପୂର୍ବତନ ବାୟୁ ସେନାର ଅବସର ପ୍ରାପ୍ତ ଅଧିକାରୀ ଡ଼ ଭବାନୀ ଶଙ୍କର ସାମନ୍ତରାୟ, ଯୁବ ନେତା ମନ୍ଦୀପ ପାଇକେରାୟ, ସଂଖ୍ୟାଲଘୁ ସେଲ ର ମୁଖ୍ୟ ସେକ ଅଦିପ, ସୋନୁ, ରମଣ, ଚନ୍ଦନ ପ୍ରଭୁତି ଯୁବ ନେତା ଅଂଶଗ୍ରହଣ କରିଥିଲେ l

No Result
View All Result