No Result
View All Result
ତା୧୬.୦୫.୨୦୨୫ରିଖ, ଶୁକ୍ରବାର ରଥଖଳା : ରଥ ନିର୍ମାଣ କାର୍ଯ୍ୟ ଷୋଡ଼ଶ ଦିବସ ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ * ତିନିରଥ ର ମହାରଣା ସେବକ – ୭୬ * ତିନିରଥ ର ଭୋଇ ସେବକ – ୬୮ * ତିନିରଥ ର କରତୀ ସେବକ – ୪ * ତିନିରଥ ର ଓଝା କମାର ସେବକ ୧୭ * ତିନିରଥ ର ରୂପକାର ସେବକ – ୨୧ * ତୁମ୍ବ ବିନ୍ଧ କାରୀଗର – ୨ * ପାହି ମହାରଣା – ୧ * ରଥଖଳା ସହାୟକ (ପାଣି ବାଲା) – ୧ ମୋଟ – ୧୯୦ ଜଣ
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଶୁକ୍ରବାର ରଥଖଳା ରଥ ନିର୍ମାଣର ଷୋଡ଼ଶ ତମ ଆଜିର ଦିନରେ ତିନି ରଥର ନିର୍ମାଣ କାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ରଥ ନିର୍ମାଣ ଅଗ୍ରଗତି ( ଗତକାଲି ସୁଦ୍ଧା ତିନି ରଥର ୧୨ ଗୋଟି ଚକର ନିର୍ମାଣ ଶେଷ ହେବାସହ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ଅନୁକୂଳ ପୂଜା ପରେ ଅଖ ର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରୀ ରହିଥିଲା )
ତିନିରଥ ର ଗୋଟିଏ ଗୋଟିଏ ନାହାକା ଅଖ ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ
ତିନିରଥ ର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ଏତତ୍ ବ୍ୟତୀତ ତିନି ରଥର ଚାରିଟି ଲେଖାଏଁ ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ ପରେ ଉଭୟ ପାର୍ଶ୍ଵ ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।
ଏଥିସହ ତିନି ରଥର ଦୁଇଟି ଲେଖାଏଁ ଭୂଇଁ ଖମ୍ବୀ ର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଆଉ ଦୁଇଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ଵାରା ସିଙ୍ଗଡ଼ା ବାଡ଼ିଆ ଶେଷ ହେବାପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ରଥ ଚାଳି କୁ ଯୋଗାଇ ଦେଇଥିଲେ । ତୁମ୍ବ ଗୁଡ଼ିକରେ ତୁମ୍ବ ବିନ୍ଧ ବା ଅଗର ବିନ୍ଧ ହେବାପରେ ତିନି ରଥର ମହାରଣା ସେବକ ମାନେ ଅର ସାଲ କାର୍ଯ୍ୟ ଶେଷ କରିଛନ୍ତି ।
ତିନି ରଥର ପ୍ରଭା ଅପସରା ଏବଂ ବେଦୀ ସିଂହାସନ ନିର୍ମାଣ ନିମନ୍ତେ ରଥ ଅମୀନ ତିନିରଥ ଚାଳିକୁ ଦୁଇଟି ଲେଖାଏଁ ୧୨ ଫୁଟିଆ ଅସନ କାଠ ଯୋଗାଇ ଦେଇଥଲେ,ଉକ୍ତ କାଠର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକ ମାନେ ଜାରିରଖିଛନ୍ତି । ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି ।
କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ୧୦ ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା ନିର୍ମାଣ ସହ ବାକି ଚକ ଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି ।

No Result
View All Result