No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :– ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏନେଇ ଅଡବା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅଡବା ଥାନା ଅଧିକାରୀ ଶୁଭ୍ରାଂଶୁ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ମଙ୍ଗଳବାର ପୂର୍ବାହ୍ନରେ ଗାଡ଼ିରେ ଗଞ୍ଜେଇ ଲୋଡ୍ ହେଉଥିବା ବେଳେ ଅଡବା ପୋଲିସ ଚଢ଼ାଉ କରିଥିଲା ।
ହେଲେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଥିବା ବେଳେ ପଞ୍ଜାବ ରାଜ୍ୟର ଗଞ୍ଜେଇ ମାଫିଆ ଦିଲବାଗ ସିଂ ଓ ଗଜପତି ଜିଲା ପରମାଗୁଡା ଗାଁର ରଞ୍ଜନ ନାୟକଙ୍କୁ ପୋଲିସ ଗିରଫ କରିଛି। ଗାଡ଼ିରୁ ୬୧୪ କିଲୋ ୮୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଊଦ୍ଧର୍ବ ହେବ ବୋଲି ଅଡ଼ବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
No Result
View All Result