No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଅଞ୍ଚଳରେ କୃଷିଋଣକୁ ବ୍ୟାପକ କରାଯିବା ସହ ସାଧାରଣ ବଣ୍ଟନ ସାମଗ୍ରୀକୁ ଲୋକଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା, କୃଷି ଉପକରଣ, ବିହନ ବଣ୍ଟନ ଭଳି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ଆଦି ଲକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମିତି ଗୁଡ଼ିକର ସମ୍ପ୍ରସାରଣକୁ ଗୁରୁତ୍ୱ ଦିଆଯାଇ ଦାରିଙ୍ଗବାଡ଼ି ଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ. ଜରିଆରେ ଆହୁରି ସାତଟି ସମିତି ଖୋଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଦାରିଙ୍ଗବାଡ଼ିର ସମବାୟ ସମିତି ପକ୍ଷରୁ ଏହାର କାର୍ଯ୍ୟ ଚାଲିଥିବା ସମିତିର ପରିଚାଳିକା ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି। ସେ କହିଛନ୍ତି,
ବାଡ଼ାବାଙ୍ଗା ଓ ସିମନବାଡ଼ି ପଞ୍ଚାୟତ କୁ ନେଇ ସିମନବାଡ଼ି ଠାରେ ନୂତନ ବହୁମୁଖୀ ସମବାୟ ସମିତି ଲିଃ କରାଯିବାକୁ ରହିଥିବା ବେଳେ ଗୁମିକିଆ ଏବଂ ବୁଡ଼ାଗୁଡାକୁ ନେଇ ବୁଡ଼ାଗୁଡ଼ାରେ ସମିତି ଖୋଲିବ। ସେହିପରି ସୋନପୁର କୁ ନେଇ ଦାରିଙ୍ଗବାଡ଼ିରେ କିରିକୁଟିକୁ ନେଇ ତିଲୋରୀରେ, ଭ୍ରମରବାଡ଼ି କୁ ନେଇ ସିଆଙ୍ଗବାଲିରେ, ସିର୍କାବର୍ଗକୁ ନେଇ ଦନେକବାଡ଼ିରେ ଏବଂ ଶ୍ରାନିକେତାକୁ ନେଇ ପର୍ତ୍ତମାହାରେ ନୂତନ ସମବାୟ ସମିତି ଖୋଲାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି।

No Result
View All Result