No Result
View All Result
ମଙ୍ଗଳବାର ରଥ ଖଳା : ରଥ ନିର୍ମାଣ କାର୍ଯ୍ୟ ତ୍ରୟୋଦଶ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ ତିନିରଥ ମହାରଣା ସେବକ – ୭୮ -ତିନିରଥ ର କରତୀ ସେବକ – ୪ – ତିନିରଥ ଓଝା କମାର ସେବକ – ୧୫ -ତିନିରଥ ର ରୂପକାର ସେବକ – ୨୧ -ତିନିରଥ ର ଭୋଇ ସେବକ – ୬୩ -ପାହି ମହାରଣା – ୧-ତୁମ୍ବ ବିନ୍ଧ କାରୀଗର – ୨ -ରଥଖଳା ସହାୟକ ( ପାଣି ବାଲା ) ୧ ମୋଟ = ୧୮୫ ଜଣ ରଥ ନିର୍ମାଣ ଅଗ୍ରଗତି
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଆଜି ମଙ୍ଗଳବାର ରଥ ଖଳା ରଥ ନିର୍ମାଣର ତ୍ରୟୋଦଶ ଦିବସରେ ତିନିରଥ ର ନିର୍ମାଣ କରି ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନିରଥ ର ପଇ ବିନ୍ଧ ଅନୁକୂଳ ସହ ନାହାକା ତୁମ୍ବ ରେ ପନ୍ଦାରି ବଳା ଲାଗି ଏବଂ ତୁମ୍ବ ଅର ରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନ
ଆଜି ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ପୂଜା ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ପରେ ତିନି ରଥ ସାଥୀ ମହାରଣା ସେବକ ମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ, ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,ତିନି ରଥର ନାହାକା ତୁମ୍ବରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକ ମାନେ ମାପ
ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କଲା ପରେ ମୁଖ୍ୟ ମହାରଣାଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା,ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇ ଦୁଇଟି ଲେଖାଏଁ ତୁମ୍ବ ରେ ଅର ସଂଯୋଗ ହୋଇ ପଇ ପିନ୍ଧା ପରେ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ,ଏଥିସହ ତିନି ରଥ ଆଉ ଦୁଇଟି ଲେଖାଏଁ ତୁମ୍ବ ରେ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ସହ ପନ୍ଦାରି ବଳା ବସି, ଅର ସାଲ ଶେଷ ହୋଇଅଛି,
ଏଥିସହ ଆଜି ସମାନ୍ତରାଳ ଭାବେ ତିନି ରଥର ୧୧ ଟି ଗୁଜ ୯ ଟି ଜଳ ଯନ୍ତ୍ର, ୪ ଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇ ରିଖ ଗୁଜ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । କମାର ଶାଳ ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ମହାରଣା ସେବକ ମାନେ ନାହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ତୁମ୍ବ ବଳା ଶେଷ କରିବା ପରେ ବାକି ତୁମ୍ବ ଗୁଡ଼ିକ ନିର୍ମାଣ ପନ୍ଦାରିର ମାଠା କାର୍ଯ୍ୟ ସହ ପନ୍ଦାରି ଚାବି ଏବଂ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା ଦୋଳ ବେଦୀ ଠାରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ, ଶ୍ରୀମନ୍ଦିର ବଢାଇ କର୍ମଚାରୀ ଶ୍ରୀ ବସନ୍ତ ମହାରଣାଙ୍କ ସହୋଜୋଗରେ ପାହି ମହାରଣା ନିର୍ମାଣ କରୁଛନ୍ତି ଆଜିସୁଦ୍ଧା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ ନଳ, ବାଉଁଶ କାଠି, ପୂଜାପଣ୍ଡା ସେବକଙ୍କ ପାଇଁ କୁରୁମ୍ ପିଢ଼ା, ରନ୍ଧା କାର୍ଯ୍ୟ ପାଇଁ ଅଞ୍ଜନା କାଠି ନିର୍ମାଣ ଶେଷ କରିଛନ୍ତି । 
No Result
View All Result