No Result
View All Result
ପୀଠ ପରିଷଦ ଆଦିତ୍ୟ ବାହିନୀ ଆନନ୍ଦ ବାହିନୀ ପାରାଦ୍ଵୀପ ଶାଖାରେ ଭଗବତ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୩୨ତମ ଜୟନ୍ତୀ ପାଳନ ଓ ଦରିଦ୍ର ନାରାୟଣ ସେବା

ପାରାଦ୍ଵୀପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋବର୍ଦ୍ଧନ ମଠ,ପୁରୀ ପୀଠାଧିଶ୍ୱର ଶ୍ରୀମଦ୍ ଜଗଡଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ମାର୍ଗ ଦର୍ଶନରେ ପରିଚାଳିତ ପୀଠ ପରିଷଦ – ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତରଫରୁ ଶ୍ରୀ ଦୂର୍ଗା ମନ୍ଦିର ପ୍ରାଙ୍ଗଣରେ ବୈଶାଖ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ତଥା ଇଂରାଜୀ ତା: ୦୨.୦୫.୨୦୨୫ରେ ଭଗବତ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୩୨ତମ ଜୟନ୍ତୀ ପାଳିତ ହୋଇଥିଲା ।
ଏହି ପବିତ୍ର ଦିବସରେ ଶ୍ରୀମଦ୍ ଜଗଟଗୁରୁଙ୍କ ପୂଜା, ଆଳତୀ ହୋଇସାରିବା ପରେ ରାମଚରିତ ମାନସ ପାଠ(ସୁନ୍ଦରକାଣ୍ଡ), ହିନ୍ଦୁରାଷ୍ଟ୍ର ସଙ୍ଗୀତ ଓ ଜୟଧ୍ଵନି ପ୍ରସାରଣ ସହ ସର୍ବ ସାଧାରଣ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶ୍ରୀଦୁର୍ଗା ମନ୍ଦିର ପ୍ରାଙ୍ଗଣ, ପାରାଦ୍ଵୀପରେ ଦରିଦ୍ର ନାରାୟଣଙ୍କୁ ନୂତନ ଛତା, ନୂତନ ପାଣି ବୋତଲ ପ୍ରଦାନ କରିବା ସହିତ ପ୍ରସାଦ ସେବନ ବଣ୍ଟନ କରାଯାଇଥିଲା ।

ଏହି ମହତ୍ କାର୍ଯ୍ୟରେ ପାରାଦ୍ଵୀପ ଶାଖା ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଶତପଥୀ, ଶ୍ରୀ ଭବାନୀ ଶଙ୍କର ପଣ୍ଡା, ଶ୍ରୀ ସୁବ୍ରତ କୁମାର ମଲ୍ଲିକ,ଶ୍ରୀ ବିଜୟ କୁମାର ନାୟକ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ,କୁମାରୀ ଫିଲୁଶ୍ରୀ ମନ୍ତ୍ରୀ, ଶ୍ରୀମତୀ ପ୍ରିୟଙ୍କା ଉପାଧ୍ୟାୟ, ଆଦି ବହୁ ସମାଜସେବୀ ସହଯୋଗ କରିଥିଲେ । ପାରାଦ୍ଵୀପ ଶାଖା ସଚିବ ଶ୍ରୀକୁମାର ରାଜଗୁରୁ ମହାପାତ୍ର ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଂଶ ଗ୍ରହଣ କରିଥିବା ସମସ୍ତ ମହାନ ଆତ୍ମାଙ୍କୁ ସାଧୁବାଦ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result