No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶଙ୍କରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ନୟାଗଡ଼ ଖେଳପଡ଼ିଆର ମୁଖ୍ୟ ପ୍ରବେଶ ପଥର ପାଚେରୀ କଡ଼ରୁ ହରିପୁର ଗ୍ରାମର ବୃଦ୍ଧା ନୟନୀ ମହାରଣା(୬୨)ଙ୍କୁ ଉଦ୍ଧାର କରି ତ୍ରିନାଥ ଛକଠାରେ ଅବସ୍ଥିତ ଆଶ୍ରୟସ୍ଥଳିରେ ଆଶ୍ରସ୍ଥଳର ମ୍ୟାନେଜର ବର୍ଷାରାଣି ନେପାକ୍ଙ୍କ ହେପାଜତରେ ଛଡ଼ାଯାଇଛି ।
ପ୍ରକାଶଥାଉ କି, ବିଶେଷ ସୂତ୍ରରୁ ଖବରପାଇ ସଚିବ, ଅଞ୍ଜଳି ମଛଖଣ୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଅଧିକାର ମିତ୍ର ଏବଂ ପ୍ରାଧିକରଣ କର୍ମଚାରୀ ଦ୍ୱୟଙ୍କୁ ଦାୟିତ୍ୱ ଦେଇଥିଲେ । ଏହାପରେ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୃଦ୍ଧାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ତ୍ରିନାଥଛକ ସ୍ଥିତ ଆଶ୍ରୟସ୍ଥଳିରେ ଥଇଥାନ କରାଯାଇଛି । ଅଧିକାର ମିତ୍ର ଏବଂ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ଜନସାଧାରଷଣ ପ୍ରଶଂସା କରାଯାଉଛି ।
No Result
View All Result