ଡାକ୍ତରଖାନା ର ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥ ନନ୍ଦ ଙ୍କ କଥାକୁ ମଧ୍ୟ ଲଣ୍ଡ୍ରି ଟେଣ୍ଡର ନେଇଥିବା ଅନୁ ଖଟେଇ କର୍ଣ୍ଣ ଗୋଚର କରୁନଥିବା କୋଉଠି ଶୁଣିବାକୁ ମିଳୁଛି ।
୬ ମାସ ଧରି ଉକ୍ତ ନିଯୁକ୍ତି ସଫେଇ କର୍ମୀ ଙ୍କୁ ବେତନ ଦିଆ ଯାଉନଥିବା ଅଭିଯୋଗ ହେଉଛି ।
ପ୍ରତ୍ୟେକ ଦିନ ରୋଗୀ ଙ୍କ ମଇଳା ବେଡସିଟ ସଫା ହେବାର ଆବଶ୍ୟକତା ଥିଲେ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୁପକ୍ଷଙ୍କ ଯୋଗୁଁ ରୋଗୀଙ୍କୁ ଅପରିଷ୍କାର ଏବଂ ଦୁୁର୍ଗନ୍ଧର ସାମ୍ନା କରିବାକୁ ପଡୁଛି ।
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ବ୍ଲକ୍ ରେ ଦୁଇଟି ହସ୍ପିଟାଲ ମଧ୍ୟରୁ ସୁନାଖଳା ଓ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଧିକାଂଶ ରୋଗୀ ଆଶ୍ରିତ । ରଣପୁର ବ୍ଲକ୍ ର ମେଡିକାଲରେ ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା ରହିଥିବା ବେଳେ ଡ଼ାକ୍ତର ନିଯୁକ୍ତ ହେବା ସହ ହସ୍ପିଟାଲ ର ରୋଗୀଙ୍କ ପାଇଁ ସମସ୍ତ ସୁଖ ସୁବିଧା ଉପଲବ୍ଧ କରାଯାଇଛି । ତେବେ ଗତ କିଛି ଦିନ ଧରି ଉନ୍ନତମାନର ଡ଼ାକ୍ତରଖାନା ରେ କିଛି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଲଣ୍ଡ୍ରି ଟେଣ୍ଡର ନେଇଥିବା ଅନୁ ଖଟେଇଙ୍କ ଦ୍ଵାରା ଡ଼ାକ୍ତରଖାନା ର ସଫେଇ କାର୍ଯ୍ୟ ରେ ନିଯୁକ୍ତି ଥିବା ଧୋବାକର୍ମଚାରୀ ଙ୍କୁ ଉଚିତ୍ ବେତନ ପ୍ରାପ୍ତ ହେଉନଥିବା ବେଳେ ବେତନ ରେ ଅବହେଳା କାରଣରୁ ଦୁଇଦିନ ଧରି ଡାକ୍ତରଖାନା ରେ ରୋଗୀ ଙ୍କ ମଇଳା ବେଡସିଟ୍ ସଫା ନ ହେଉଥିବା ଦେଖିବାକୁ ମିଳିଛି ।
ତେବେ ରଣପୁର ରେ ଦୁଇଟି ଧୋବାକର୍ମଚାରୀ ଓ ସୁନାଖଳା ରେ ଜଣେ ଧୋବାକର୍ମଚାରୀ ଙ୍କୁ ନିଯୁକ୍ତି କରାଯାଇଛି ତତ୍ ସହିତ ମାସିକିଆ ବେତନ ଭାବେ ସେମାନଙ୍କୁ ୮୦୦୦ ଟଙ୍କା ଦେୟ ପୈଠ କରାଯାଉଥିବା ବେଳେ ଦୀର୍ଘ ୬ ମାସ ଧରି ଉକ୍ତ ନିଯୁକ୍ତି ସଫେଇ କର୍ମୀ ଙ୍କୁ ବେତନ ଦିଆ ଯାଉନଥିବା ଅଭିଯୋଗ ହେଉଛି । ଡାକ୍ତରଖାନା ର ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥ ନନ୍ଦ ଙ୍କ କଥାକୁ ମଧ୍ୟ ଲଣ୍ଡ୍ରି ଟେଣ୍ଡର ନେଇଥିବା ଅନୁ ଖଟେଇ କର୍ଣ୍ଣ ଗୋଚର କରୁନଥିବା କୋଉଠି ଶୁଣିବାକୁ ମିଳୁଛି । ତେବେ ସାଧାରଣରେ ଦେଖିବାକୁ ଗଲେ ଲଣ୍ଡ୍ରିଟେଣ୍ଡରବାଲା ଙ୍କ କହିବା ଅନୁଯାୟୀ ସୁପରିଟେଣ୍ଡେଣ୍ଟ କୁଆଡେ ତାଙ୍କ ହାତ ବାରିଶି ପ୍ରତୀତ ହୁଅନ୍ତି ।















