No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ଫିଜିଓଥେରାପି କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଉକ୍ତ ଫିଜିଓଥେରାପି କେନ୍ଦ୍ର ଶ୍ରୀମଦ୍ ସ୍ଵାମୀ ଦୂର୍ଗେଶ ନନ୍ଦିନୀ ମହାରାଜଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରରେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର,ଶନିବାର ଓ ରବିବାର ସକାଳ ୮ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ବିନା ଦେୟରେ ଫିଜିଓଥେରାପି ସେବା ଯୋଗାଇ ଦେବେ ବୋଲି ଅଭିଜ୍ଞ ଫିଜିଓଥେରାପିଷ୍ଟ ଡ଼ ଏଲିନା ପଟ୍ଟନାୟକ ସହମତି ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଛୋଟପିଲାଠୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ଏହାର ସୁଯୋଗ ନେଇପାରିବେ। ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ଭଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଫିଜିଓଥେରାପି ଉଦଘାଟନୀ କାର୍ଯ୍ୟକ୍ରମକୁ ବରିଷ୍ଠ ଟ୍ରଷ୍ଟି ବିଶ୍ଵ ରଞ୍ଜନ ଶତପଥୀ,ପ୍ରତିଷ୍ଠାନର କୋଷାଧ୍ୟକ୍ଷ ରଞ୍ଜନ କୁମାର ରାଉତରାୟ, ସକ୍ରିୟ ସଭ୍ୟ ସୂର୍ଯ୍ୟ ନାରାୟଣ ଦାସ ଓ ବାଞ୍ଛାନିଧି ମଲ୍ଲିକ ଙ୍କ ଉପସ୍ଥିତିରେ ଓ ପରିଚାଳନାରେ ସମ୍ପାଦନ କରାଯାଇଥିଲା।
ମହାବୀର ବରିଷ୍ଠ ନାଗରିକ ସଂଘ ସଦସ୍ୟ ତଥା କାଳୁନନ୍ଦ ନଗର ଅଧିବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପୋଖରୀପୁଟ ଏବଂ ଏହାର ଆଖ ପାଖ ଅଞ୍ଚଳର ଯେ କେହି ବ୍ୟକ୍ତି ଏହି ଫିଜିଓଥେରାପି ନିଶୁକ୍ଲ ସେବା ପ୍ରତ୍ୟେକ ଶୁକ୍ରବାର,ଶନିବାର ଓ ରବିବାର ସକାଳ ୮ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ସୁଯୋଗ ନେଇପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଜଣାଇଛନ୍ତି ।

No Result
View All Result