No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ବ୍ଲକ ଆମଣ ପଞ୍ଚାୟତ ଫୁଲନଖରା ନିକଟସ୍ଥ ଆମଣ ଗ୍ରାମର ବରୁଣେଶ୍ଵର ମହାଦେବ, ଗୋପିନାଥ ଦେଵ ଏବଂ ମା ଖେତ୍ରପାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଥିବା ୫୫ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କଳସ ସ୍ଥାପନ , ସୂର୍ଯ୍ୟ ପୂଜା, ଅଙ୍କୁରାରୋପଣ, ଅଗ୍ନି ସ୍ଥାପନ ଆହୁତି ଦିଆଯାଇଥିଲା ।
ଗୁରୁବାର ସଂନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା । ଏହି ଯଜ୍ଞରେ କଟକ ସଦର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ଜିଲ୍ଲା ତମ ପରିଷଦ ସଭ୍ୟା ଆଶାଲତା ବେହେରା, ପ୍ରମୋଦ କୁମାର ମହାପାତ୍ର, ସରପଞ୍ଚ ମାନସୀ ପୃଷ୍ଟି , ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ, ଆରତ ରଞ୍ଜନ ବିଶ୍ଵାଳ(ବେଙ୍ଗଲା ବାଵୁ ) ,
ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ , ସୂର୍ଯ୍ୟ ସାରଥି ବେହେରା , ପୂର୍ବତନ ସରପଂଚ ପୁନାନନ୍ଦ ଭୋଇଙ୍କ ସମେତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସନ୍ଧ୍ୟାରେ ପ୍ରବଚନ, ଓଡ଼ିଶୀ ସଂକୀର୍ତ୍ତନ, ଲଉଡି ଖେଳ ସହିତ ଉଦଯାପନୀ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା ।
ଏହି ଯଜ୍ଞ କାର୍ଯ୍ୟରେ ସୁକାନ୍ତ ଚନ୍ଦ୍ର ଭୋଳ କର୍ତ୍ତା ହୋଇଥିଲା ବେଳେ ରଞ୍ଜିତା ଭୋଳ ଯଜ୍ଞରେ କର୍ତ୍ତୀ ହୋଇଥିଲେ । ଦୂର୍ଗା ଚରଣ ଭୋଳ, ବିପ୍ରଚରଣ ଭୋଳ, ନିରଞ୍ଜନ ବେହେରା, ଲୋକନାଥ ଭୋଳ, ପ୍ରଫୁଲ୍ଲ ଭୋଳ, ନିରଞ୍ଜନ ମହାରଣା,ରସାନନ୍ଦ ଭୋଳ, ଦୟାନିଧି ବେହେରା, ଲକ୍ଷ୍ମୀଧର ଭୋଳ, ବାବାଜି ଭୋଳ ,
ଵିନୋଦ ସେନାପତି, ସଦାଶିବ ବେହେରା, ପର୍ଶୁରାମ ସେନାପତି, ନବଘନ ଭୋଳ, ଅଶୋକ ସାହୁ,ବାଦଲ ସେଠୀ, ଅବନୀ ସେନାପତି, ପ୍ରଭାତ ସେନାପତି, ଅବନୀ ସେନାପତି, ବସୁଦେବ ଭୋଳ, ସରୋଜ କୁମାର ଭୋଳ, ଲଳିତେନ୍ଦୁ ଭୋଳ, ଚନ୍ଦ୍ର ଶେଖର ସେନାପତି, ବନମାଳୀ ଭୋଇଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ସହଯୋଗ କରିଥିଲେ ।
No Result
View All Result