No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସାମ୍ବାଦିକ ଭବନକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସମ୍ପର୍କିତ ପ୍ରକାଶିତ ଚିଠିକୁ କିଛି ବ୍ୟକ୍ତି ଭ୍ରମ ସୃଷ୍ଟି କରାଇବା ସହ ସାମ୍ବାଦିକ ଭବନ ବିରୁଦ୍ଧରେ ଚକ୍ରାନ୍ତ କରୁଛନ୍ତି । ଯାହାକୁ ନେଇ ଆଜି ସାମ୍ବାଦିକ ଭବନ ପରିସରରେ ସଂଖ୍ୟାଧିକ ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, ଚନ୍ଦ୍ର ବିଜୟୀ ମିଶ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ହୁସେନ ଖାଁ ପ୍ରମୂଖ ମତ ବ୍ୟକ୍ତ କରିବା ସହ ଆଲୋଚନା କରିଥିଲେ ।

ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ପ୍ରକାଶ ପାଇବା ପୂର୍ବରୁ ଭବନ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ କୈାଣସି ଆଲୋଚନା କରାଯାଇନଥିଲା । ଏଣୁ ଉକ୍ତ ଚିଠିରେ କିଛି ସଂଶୋଧନ ଆବଶ୍ୟକତା ଦୃଷ୍ଟିରେ ରଖି ସଦସ୍ୟମାନେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସାକ୍ଷାତ କରିଥିଲେ । ଦୀର୍ଘ ସମୟ ଧରି ଭବନ ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକାଶିତ ଚିଠିକୁ ସଂଶୋଧନ କରି ସମସ୍ତ ସାମ୍ବାଦିକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ସାମ୍ବାଦିକଙ୍କ ଦାବିକୁ ଗ୍ରହଣ କରିବା ସହ ଏ ସମ୍ପର୍କରେ ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସାମ୍ବାଦିକ କ୍ଷୀରୋଦ ପଟ୍ଟନାୟକ, ରଜତ ପଟ୍ଟନାୟକ, ସଞ୍ଜୟ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା, ଅନୱାର ଅଲ୍ଲୀ, ବିଶ୍ୱଜିତ ନାୟକ, ରବୀନ୍ଦ୍ର କୁମାର ଦାଶ, ଦେବବ୍ରତ ନାୟକ, ନିହାର ପଟ୍ଟନାୟକ, ଯଜାତୀ କେଶରୀ ମହାପାତ୍ର, ବିଭୂତି ଭୂଷଣ ସ୍ୱାଇଁ, ବିଭୂତି ମହାପାତ୍ର, ପ୍ରଭାତ ମହାପାତ୍ର, ସ୍ୱରୁପ ପଟ୍ଟନାୟକଙ୍କ ସମେତ ୪୦ରୁ ଉଦ୍ଧ୍ୱ ସାମ୍ବାଦିକ ଭବନ ପରିସରରେ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ସାମ୍ବାଦିକ ଭବନ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା ବୈଠକ ପରିଚାଳନା କରିଥିଲେ ।
No Result
View All Result