No Result
View All Result
୧୨ଟି ଜିଲ୍ଳାର ବିପର୍ଯ୍ୟୟ ମୁକାବିଲା ବାତ୍ୟା ଆଶ୍ରୟସ୍ଥଳୀ ବି ଏଥିରେ ସାମିଲ ହେବ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ୧୯୭୧ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହା ପ୍ରଥମ ଏପରି ନିର୍ଦ୍ଦେଶ । ଭାରତ ଏବଂ ପାକିସ୍ତାନ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଏପରି ଏକ ବ୍ୟାପକ ମକ୍ ଡ୍ରିଲ୍ ଶେଷ ଥର ପାଇଁ ୧୯୭୧ ମସିହାରେ କରାଯାଇଥିଲା । ଅର୍ଥାତ୍, 54 ବର୍ଷ ପରେ, ଏପରି ଏକ ନିର୍ଦ୍ଦେଶ ପୁଣି ଥରେ ଜାରି କରାଯାଇଛି । ସେହି ସମୟରେ, ନାଗରିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ମକ୍ ଡ୍ରିଲ୍ କରାଯାଇଥିଲା ।

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନିଜକୁ ସୁରକ୍ଷିତ ରଖିବା ସହ ପରିବାରର ବଞ୍ଚାଇବେ ଜୀବନ । ଯୁଦ୍ଧ ହେଲେ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ । ସିଭିଲ ଡିଫେନ୍ସ ମକ ଡ୍ରିଲ ଦ୍ବାରା ଆଗୁଆ ଲୋକଙ୍କୁ କରାଯିବ ସଚେତନ । ଅପରାହ୍ନ ୪ ଟାରେ ୧୨ଟି ସ୍ଥାନରେ ହେବ ଏହି ସିଭିଲ ଡିଫେନ୍ସ ମକ ଡ୍ରିଲ । ଏନେଇ ଆଜି ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ ।
ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ତାଳଚେର ଓ ପୁରୀରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ । ତାଳଚେରରେ କାଟେଗୋରି-୧ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି-୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ ଏବଂ ରାଉରକେଲା ରହିଛି ।
କାଟେଗୋରି-୩ରେ ଅଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡ଼ା । ସାତ ଦିନ ଧରି ଚାଲିବ ଏହି ମକ୍ ଡ୍ରିଲ । ସିଭିଲ ଡିଫେନ୍ସ ମକ ଡ୍ରିଲ ଆରମ୍ଭ ହେଲେ ୫ମିନିଟ ଧରି ସାଇରନ ବାଜିବ । ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଏ ପ୍ରସ୍ତୁତି କରାଯାଉଛି । ପ୍ରଥମେ ୫ ମିନିଟ ଧରି ଲମ୍ବା ସାଇରନ୍ ବାଜିଲେ ଶତ୍ରୁ ପକ୍ଷରୁ ଆକ୍ରମଣ ଆରମ୍ଭ ହେଲା ବୋଲି ଧରି ନେବାକୁ ହେବ ।
ଲୋକେ କଙ୍କ୍ରିଟ ଘରକୁ ଚାଲିଯିବେ। ଖାଦ୍ୟ, ଜଳ, ସ୍ବାସ୍ଥ୍ୟ, ସିଭିଲ୍ ଡିଫେନ୍ସ ହାତକୁ ଚାଲିଯିବ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ସାମଗ୍ରୀ ଅଛି ତାକୁ ବି ଏଥିରେ ସାମିଲ କରାଯିବ । ଓସଡମା ସହ ମିଳିତ ଭାବରେ ପ୍ରସ୍ତୁତି ହେଉଛି ପ୍ଲାନ । ୧୨ଟି ଜିଲ୍ଳାର ବିପର୍ଯ୍ୟୟ ମୁକାବିଲା ବାତ୍ୟା ଆଶ୍ରୟସ୍ଥଳୀ ବି ଏଥିରେ ସାମିଲ ହେବ । ଜେନେଭା ଚୁକ୍ତି ଅନୁସାରେ ଯୁଦ୍ଧ ସମୟରେ ରେଡ୍ କ୍ରସ ଓ ଗୋଳା ବାରୁଦ ସଂରକ୍ଷଣ ସ୍ଥାନକୁ ଆକ୍ରମଣ କରାଯାଏ ନାହିଁ ।
No Result
View All Result