• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
May 6, 2025
in ଓଡ଼ିଶା, ମାଲକାନଗିରି, ହୋମ୍
0
ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Share on FacebookShare on TwitterWhatsapp

ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :-  ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ଆଶାନୁରୂପ ସଫଳତା ହାସଲ କରିଅଛି । ରାଜ୍ୟସ୍ତରରେ ଜିଲ୍ଲା ୧୯ ତମ ସ୍ଥାନ ହାସଲ କରିଅଛି ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ସଫଳତା ହାର ବୃଦ୍ଧି ପାଇଅଛି ଓ ରାଜ୍ୟରେ ୨୫ ତମ ସ୍ଥାନରୁ ୧୯ ତମ ସ୍ଥାନକୁ ଉନ୍ନୀତ ହୋଇଅଛି ଯାହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ-ୱାନ୍ ଓ ଏ-ଟୁ ଫଳ ହାସଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଗତ ବର୍ଷ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧିନରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ବ୍ଲକରେ ୮ ଟି ଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା ।

ପ୍ରତି ଶନିବାର ଦିନ ଭର୍ଚୁଆଲ୍ ଶ୍ରେଣୀ ପରିଚାଳନା, ପ୍ରତି ରବିବାର ଦିନ ପ୍ରତ୍ୟକ୍ଷ ଶ୍ରେଣୀ ପରିଚାଳନା, ସାପ୍ତାହିକ ସନ୍ଦେହମୋଚନ ଓ ପରୀକ୍ଷା ପରିଚାଳନା କରି ଗଠନମୂଳକ ପଦକ୍ଷେପ ଦ୍ୱାରା ଜିଲ୍ଲାର ଏହି ସଫଳତା ସମ୍ଭବ ହୋଇପାରିଛି। ଫଳସ୍ୱରୁପ ଏ-ୱାନ୍ ଓ ଏ-ଟୁ ଶ୍ରେଣୀରେ ଅଧିକ ପିଲା ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାର ଏହି ସଫଳତା ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ମାନଙ୍କୁ ପ୍ରେରଣା ଯୋଗାଇ ଅଧିକ ସଫଳତା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ପାଟିଲ ଏହି ଅବସରରେ କହିଛନ୍ତି।

ସୂଚନା ଥାଉ କି ଜିଲ୍ଲାର ମୋଟ ୮୦୩୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ଏ ୱାନ୍ ରେ ୧୨ ଜଣ, ଏ ଟୁ ରେ ୪୬ ଜଣ, ବି ୱାନ୍ ରେ ୧୨୧ ଜଣ, ବି ଟୁ ରେ ୫୪୬ ଜଣ, ସି ରେ ୧୮୯୯ ଜଣ, ଡି ରେ ୩୫୬୯ ଜଣ ଓ ଇ ଗ୍ରେଡ୍ ରେ ୧୫୫୭ ଜଣ ସ୍ଥାନ ଅଧିକାର କରି ମୋଟ ଶତକଡା ୯୬.୪୧ ଭାଗ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ତତ୍ପରତା ଓ ସଚେତନତା, ଜିଲ୍ଲା ପ୍ରଶାସନର ମାର୍ଗଦର୍ଶନ ଓ ସହାୟତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଏତଦ୍ ବ୍ୟତୀତ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ତତ୍ତ୍ୱାବଧାନ, ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରୟାସ ଓ ଶିକ୍ଷାର୍ଥୀ ମାନଙ୍କ କଠିନ ପରିଶ୍ରମ ଓ ଏକାଗ୍ରତା ଏହି ସଫଳତା ଆଣି ଦେଇପାରିଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଓସେପା ଉପ ନିର୍ଦ୍ଦେଶକ ପ୍ରଦୋଷ କୁମାର ନାୟକ ଓ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉମା ପ୍ରସାଦ ଦାସ ଉପସ୍ଥିତ ଥିଲେ। ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଶେଷ ଶଙ୍କର ମହାଲିକ, ସତ୍ୟବ୍ରତ ମିଶ୍ର, ଶକୁନ୍ତଳା ମାଝୀ, ବିଜୟଲକ୍ଷ୍ମୀ ଚୌଧୁରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026
୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026
Vedanta Aluminium Coal Mines Supports Tuberculosis Patients Through Nikshay Mitra Initiative in Sundargarh District

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026
୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version