No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅଦ୍ୟ ଯାତ୍ରା ସଂସ୍କୃତି ସୁରକ୍ଷା ମ (ଜେ.ଏସ୍.ଏସ୍.ଏମ୍) ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ପ୍ରଥମ ବାର୍ଷିକ କଳାକାର ସମ୍ମାନ ଉତ୍ସବ ଜୟଦେବ ବିହାର, ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଠାରେ ଅନୁଷ୍ଠିତ ହୋଇଯାଇଅଛି । ପୁର୍ବତନ ସାସଂଦ ତଥା ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼୍ର ଅଧ୍ୟକ୍ଷ ଓ ପରିଚାଳନା ନର୍ଦ୍ଦେଶକ ଶ୍ରୀଯୁକ୍ତ ସୈାମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହିଉତ୍ସବକୁ ଉଦ୍ଘାଟନକରିଥିଲେ । ଏହି ଅବସରରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଶିବନାରାୟଣ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତଏକ ଉତ୍ସବରେ ଆର୍ନ୍ତଜାତୀୟ ଖ୍ୟାତିସମ୍ପର୍ଣ୍ଣ ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଗୁରୁ ପଦ୍ମଶ୍ରୀ ଡ଼. ଉତ୍ସବ ଚରଣ ଦାସ
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଯାତ୍ରା ଜଗତର ଉନ୍ନତି ସହିତ ଲୋପ ପାଇଯାଉଥିବା ଓଡ଼ିଶାର ବିଭିନ୍ନ କଳା ଓ କଳାକାର ମାନଙ୍କର ଉନ୍ନତି ନିମନ୍ତେ ସଂଗଠନର ଉଲ୍ଲେଖନୀୟ କାର୍ଯ୍ୟସବୁର ଭୂୟଷୀ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଭୀମ୍ସାର, ବୁର୍ଲାର ବରିଷ୍ଠ ପ୍ରଫେସର ତଥା ବିଶିଷ୍ଟ ସମାଜସେବୀ ଡ଼. ଶଙ୍କର ରାମଚନ୍ଦାନୀ , ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ , ଉପସ୍ଥାପକ ଓ ସଂସ୍ଥାପକ ତଥା ଶତାବ୍ଦୀର କଳାକାରଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ମଲ୍ଲିକ , ବିଶିଷ୍ଟ ଗୀତିକାର, ସାମ୍ବାଦିକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚନ୍ୟାୟାଳୟର ଆଇନ୍ଜୀବୀ ଡ଼. ଲଳିତ ନାରାୟଣ ରଥ ପ୍ରମୁଖ ଯୋଗ ଦେଇ ଓଡ଼ିଶାର କଳାକାର ମାନଙ୍କୁ ଉଚିତ୍ ସମ୍ନାନ ପ୍ରଦାନ ଦିଗରେ ସଂଗଠନର ପଦକ୍ଷେପକୁ ଅତ୍ୟନ୍ତ ଉତ୍ସାହଜନକ ବୋଲି ବକ୍ତବ୍ୟ ରଖିଥିଲେ ।
ସଂଗଠନର ସଂପାଦକ ଶ୍ରୀ ଜ୍ଞାନ ରଂଜନ ପାତ୍ର ନିଜ ସଂପାଦକୀୟ ବିବରଣୀରେ ଯାତ୍ରା ଜଗତ ସହିତ ଓଡ଼ିଶାରବିଭିନ୍ନ କଳାକାର ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ସଂଗଠନର ନିରନ୍ତର କାର୍ଯ୍ୟ ସହ ସମାଜରବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯଥା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ରକ୍ତଦାନ ଶିବିର, ଗରିବଛାତ୍ରଛାତ୍ରୀମାନଙ୍କୁ ପଢାବହି ଓ ଶୀତ ସମୟରେ ରାସ୍ତା କଡ଼ର ଗରିବ ନିରାଶ୍ରୟ ଲୋକଙ୍କୁ କମ୍ବଳ ବଣ୍ଟନ, ଗ୍ରୀଷ୍ମକାଳୀନ ଜଳଛତ୍ର, ବିଭିନ୍ନ କଳାକାର ମାନଙ୍କର ଅସମୟରେ ସେମାନଙ୍କୁ ସହାୟତାର ହାତ ବଢାଇବା ସହବିଭିନ୍ନ ସମାଜମଙ୍ଗଳ କାର୍ଯ୍ୟ ବିଗତ ଏକବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସଂଗଠନ କରିଆସୁଛି ବୋଲି ବିବୃତି ରଖିଥିଲେ ।
ସଂଗଠନର ଟ୍ରଷ୍ଟ ବୋର୍ଡ଼ର ପରିଚାଳନା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଧୁଭୂଷଣ ରଥ , ଉପ-ସଭାପତି ଦେବୀଦ ମହାନ୍ତି ଓ ସହ ସଂପାଦକ ଦିଲ୍ଲିପ କୁମାର ପୃଷ୍ଟି ପ୍ରମୁଖ ଓଡ଼ିଆ ଯାତ୍ରାର ଉନ୍ନତି ନିମନ୍ତେ ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଲୋକକଳାକୁ ବ ।ଇ ରଖିଥିବା ଅନେକ ବରିଷ୍ଠକଳାକାର, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବିଶିଷ୍ଟ ସମାଜସେବୀ ଏବଂ ଓଡ଼ିଆ ଯାତ୍ରାଜଗତରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ କଳାକାର, କର୍ମଚାରୀମାନଙ୍କୁ ସମ୍ମାନିତକରାଯାଇଥିଲା ।
ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ଶ୍ରୀଯୁକ୍ତ ଶ୍ୱିତିକଣ୍ଠ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଉପଦେଷ୍ଠା ଡ଼. ମନୋରଂଜନ ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଂଗଠନରଅନ୍ୟତମ ଉପଦେଷ୍ଠା ଶ୍ରୀ ଶାଶ୍ୱତ ରଂଜନ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହିଉତ୍ସବକୁ ସଂଗଠନର କୋଷାଧ୍ୟକ୍ଷ ଶ୍ରୀ ଭାରତ ଭୂଷଣ ନାଥ,ମଣ୍ଟୁ ଲେଙ୍କା, ବରିଷ୍ଠ ଉପଦେଷ୍ଠା ଶ୍ରୀଯୁକ୍ତ ଭାବଗ୍ରାହୀ ପଣ୍ଡା, ଆଶିଷ ରଂଜନଦାସ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।
No Result
View All Result