No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ଇନ୍ଦ୍ରାଗଡ଼ ପଞ୍ଚାୟତର ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଉପଦ୍ରବ କରି ୪ଜଣଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଡ଼ିଆ ଗଛ, କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରି ଦେଇଥିଲେ। ଏ ନେଇ ରାଇକିଆ ବ୍ଲକ ପ୍ରଶାସନ ପକ୍ଷରୁ ରୁରାଲ ହାଉସିଂ ବିପିଏମ୍ କମଲ ନାୟକ,
ପିଇଓ ବସନ୍ତ ପଣ୍ଡା ଉକ୍ତ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ଭେଟିବା ସହ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ ଯୋଜନାରେ ସାମିଲ କରାଯିବା ପାଇଁ ସର୍ଭେ କରଯାଇଥିଲା । ଏପରି କି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ମଧ୍ୟ କରଯାଇଥିଲା ।
No Result
View All Result