No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲାର ଐତିହାସିକ ମେଳିଆ ତୋଟା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ,ବରିଷ୍ଠ କୃଷକ ନେତା ପୂର୍ଣ୍ଣଚନ୍ଦ୍ର ସାହୁ ରକ୍ତ ପତାକା(ଲାଲ ପତାକା) ଉତ୍ତୋଳନ କଲାପରେ ଉପସ୍ଥିତ ଶ୍ରମିକ କୃଷକ ମାନେ ସହିଦ୍ ବେଦିରେ ପୁଷ୍ପ ଗୁଛ ପ୍ରଦାନ କରିଥିଲେ। ଏହାପରେ ଶ୍ରମିକ ନେତ୍ରୀ ଜୟନ୍ତୀ ଦାସଙ୍କ ସଭାପତିତ୍ବରେ ଶ୍ରମିକ ଶ୍ରେଣୀର ସଂଗଠିତ ରକ୍ତକ୍ଷୟି ସଂଗ୍ରାମର ବିଜୟ ସହିତ ଆଠ ଘଣ୍ଟାର ଶ୍ରମଦିବସ ହାସଲ ର ଇତିହାସ ଉପରେ ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଆଲୋଚନା କରିବା ସହିତ ସମ୍ପ୍ରତି ଶ୍ରମିକ ଶ୍ରେଣୀ ବିରୁଦ୍ଧରେ ସରକାର ଶ୍ରମିକଙ୍କ କଷ୍ଟଲବ୍ଧ ୪୪ ଟି ଶ୍ରମ ଆଇନକୁ ବାତିଲ କରି ମାଲିକ ସପକ୍ଷବାଦୀ ୪ ଟି ଶ୍ରମ କୋଡ କରିବା କାର୍ଯ୍ୟକୁ ସମାଲୋଚନା କରି
ଏହା ବିରୁଦ୍ଧରେ ଆଗାମୀ ୨୦ ତରିକ୍ର ଶ୍ରମିକ କୃଷଙ୍କ ଡାକରାରେ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ଭିତରେ ସିପିଏମ ଦଶପଲ୍ଲା ଲୋକାଲ କମିଟି ସମ୍ପାଦକ ବିପିନ କୁମାର ବାଜୁ, ଖେତମଜଦୂର୍ ବ୍ଲକ କମିଟି ସମ୍ପାଦକ ବିରଞ୍ଚି ନାଏକ,କୃଷକ ସଭା ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନ, ଯୁବ ନେତା ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେବ ସହିଆ ଆଗାମୀ ୨୦ ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ସମର୍ଥନ ଜ୍ଞାପନ ପୂର୍ବକ ବକ୍ତବ୍ୟ ପ୍ରଦାନ କରିଥିଲେ ।
No Result
View All Result