No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଶୁକ୍ରବାର ସନ୍ଧ୍ୟାରେ ବୋର୍ଡ କାର୍ଯ୍ୟାଳୟ ଠାରେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଟ୍ରିକ ଫଳାଫଳ ଘୋଷଣା କରି କହିଛନ୍ତି ଚଳିତ ବର୍ଷ ୫ ଲକ୍ଷ ୨ହଜାର ୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ର ଛାତ୍ରୀ ।

ସମୁଦାୟ ପାସ୍ ହାର ରହିଛି ୯୪.୯୩ । ଏବଂ ଚଳିତ ଥର ଶତ ପ୍ରତିଶତ ପାସହାର ସ୍କୁଲ ସଂଖ୍ୟା ରହିଛି ୩୨୭୩ । ସେହିଭଳି ଚଳିତ ବର୍ଷ ୧୭ ହଜାର ୩୮୪ ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଛନ୍ତି । ଅନ୍ୟପଟେ ମୂଲ୍ୟାୟନରେ କୌଣସି ତ୍ରୁଟି ଥିଲେ ଛାତ୍ର ଛାତ୍ରୀ ମାନେ ଅନଲାଇନ୍ ରେ ମେ’ ୫ ରୁ ୧୬ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ ।
No Result
View All Result