ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ହିଞ୍ଜିଳିକାଟୁ :– ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଦୀର୍ଘ ୫ ମାସ ଧରି ଲକଡ଼ାଉନ, ସଟଡ଼ାଉଡ଼ ଲାଗୁ କରାଯାଇଥିଲା । ଏଭଳି ସ୍ଥିତିରେ ବହୁ ଲୋକେ ନିଜର ଜୀବିକା ହରାଇ ବସିଛନ୍ତି । ଏପରିକି ଦିର୍ଘ ଦିନ ଧରି ବଜାର ବନ୍ଦ ରହିଥିବାରୁ ଚାଷୀ ନିଜର ଉତ୍ପାଦିତ ଫସଲ ସାମଗ୍ରୀ ବିକ୍ରି କରିନପାରି କ୍ଷତିର ସମ୍ମୁଖିନ ହେବା ସହ ନାନା ଅସୁବିଧା ଭୋଗ କରିଛନ୍ତି । ବର୍ତମାନ ପରିସ୍ଥିତିରେ ପୁଣି ଥରେ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ବସିଥିବା ବେଳେ ପଇସା ଅଭାବରୁ ସାର, ବିହନ ଓ କୀଟନାଶକ ଔଷଧ କିଣି ପାରୁନାହାନ୍ତି । ଏଭଳିକି ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ନିର୍ମାଣ
କରାଯାଇଥିବା କେନାଳ ଗୁଡ଼ିକର ଉଚ୍ଚତା କମ୍ ରହିଥିବାରୁ ସାମାନ୍ୟ ବର୍ଷା ହେଲେ କେନାଳ ପାଣି ଚାଷ ଜମିକୁ ଯାଇ ଫସଲ ପଚି ଯାଉଛି । ବିଭିନ୍ନ ପଂଚାୟତ ଦେଇ ପ୍ରବାହିତ କେନାଳ ଗୁଡ଼ିକର ଉଚ୍ଚତା ବୃଦ୍ଧି କରାଯିବା ସହ ବିନା ମୁଲ୍ୟରେ ଚାଷୀଙ୍କୁ ସାର, ବିହନ ଓ କୀଟନାଶକ ଔଷଧ ପ୍ରଦାନ କରିବା ନେଇ ଏସୟୁସିଆଇ ପକ୍ଷରୁ ସୋମବାର ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏସୟୁସିଆଇ କମ୍ୟୁନିଷ୍ଟ ଆଂଚଳିକ କମିଟିର ସମ୍ପାଦକ ନିମାଇଁ ଚରଣ ସାହୁ, ଡ଼ି, ତିରୁପତି ଦୋରା, ବିଭୁତି ଭୂଷଣ ସାହୁ, ଉଦ୍ଧବ ମହାଙ୍କୁଡ଼, କାମରାଜୁ ସାହୁ, ଅନିଲ ସାହୁ ପ୍ରମୁଖ ଉପସ୍ତିତ ଥିଲେ । ( ରିପୋର୍ଟ – ଶେଷଦେବ ସାହୁ )














