• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଅଭୂତପୂର୍ବ ଭାବେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି :ସମାଜର ସବୁ ବର୍ଗର ଲୋକ ସାମିଲ୍‌ ମୋତେ ହାତ ଧରି ରାଜନୀତିରେ ଆଗକୁ ବଢିବାର ପ୍ରେରଣା ଦେଇଥିଲେ ରତି ଭାଇ – ବାଚଷ୍ପତି ସୁରମା ପାଢୀ

Proprietor Abhimanyu Maharana by Proprietor Abhimanyu Maharana
April 26, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଅଭୂତପୂର୍ବ ଭାବେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି :ସମାଜର ସବୁ ବର୍ଗର ଲୋକ ସାମିଲ୍‌ ମୋତେ ହାତ ଧରି ରାଜନୀତିରେ ଆଗକୁ ବଢିବାର ପ୍ରେରଣା ଦେଇଥିଲେ ରତି ଭାଇ – ବାଚଷ୍ପତି ସୁରମା ପାଢୀ

????????????????????????????????????

Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :-  ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା ବିଧାନସଭାର ବାଚଷ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ପଂଚାନନ କାନୁନଗୋ ଓ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ ।
ନିଜ ଶ୍ରଦ୍ଧାଞ୍ଜଳିରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ରତିକାନ୍ତ ମହାନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ସେ ତାଙ୍କର ହାତ ଧରି ରାଜନୀତିରେ କିପରି ଉପରକୁ ଉଠିବାକୁ ହେବ ସେ ନେଇ ତାଙ୍କର ମାର୍ଗ ଦର୍ଶନ କରିଥିଲେ ବୋଲି କହିବା ସହିତ ତାଙ୍କର ରିପୋର୍ଟିଂ ଶୈଳୀ ସବୁଠାରୁ ନିଆରା ଓ ଭିନ୍ନ ଥିଲା ବୋଲି କହିଥିଲେ । ଜଣେ ସଚ୍ଚୋଟ, ନିର୍ଭିକ ଓ ସମର୍ପିତ ସାମ୍ବାଦିକ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।

ତାଙ୍କର ପ୍ରଦର୍ଶିତ ମାର୍ଗରେ ଆମେ ଯଦି ଚାଲିପାରିବା ତେବେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ବୋଲି ଶ୍ରୀମତୀ ପାଢୀ କହିଥିଲେ । ଏଥି ସହିତ ରତି ଭାଇଙ୍କ ସ୍ମୃତିକୁ ସବୁଦିନ ସାଇତା ପାଇଁ ରତି ଭାଇ ସ୍ମୃତି କମିଟି ଯାହା ପରାମର୍ଶ ଦେବ ବିଧାନସଭା ତାହ ସହୃଦୟତାର ସହିତ ବିଚାର କରିବ ବୋଲି ସେ କହିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇ ରତିକାନ୍ତ ବାବୁ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ନିରହଙ୍କାରୀ ଓ ସଚ୍ଚୋଟ ସମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ ବୋଲି କହିଥିଲେ ।

ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ରତିକାନ୍ତଙ୍କର ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନିକ ମହଲରେ ବେଶ୍ ପ୍ରଭାବ ରହିଥିଲା । କେବଳ ସେତିକି ନୁହେଁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲେ ମଧ୍ୟ ସେ କେବେ ନିଜ ପାଇଁ କାହାକୁ କିଛି ମାଗିନଥିଲେ ବୋଲି ଶ୍ରୀ ଘଡ଼ାଇ କହିବା ସହିତ ଏଥିରେ ତାଙ୍କର ମହନୀୟତା ପ୍ରତିପାଦିତ ହୋଇଥିଲା ବୋଲି ସେ କହିଥିଲେ ।
ଶ୍ରୀ ମହାନ୍ତି ୪ଦଶନ୍ଧି ଧରି ସାମ୍ବାଦିକତା କରି ଆସୁଥିଲେ। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତାରେ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଥିଲେ । ରତିକାନ୍ତ ସହିତ ତାଙ୍କର ବେଶ୍ ଘନିଷ୍ଠତା ଥିଲା । ସେ ଚାହିଁଥିଲେ ନିଜ ପାଇଁ କିଛି ମାଗିପାରିଥାନ୍ତେ । ହେଲେ ସେ କେବେ କିଛି କେବେ ମାଗିନଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।

ରତିକାନ୍ତ ସ୍ମୃତି କମିଟି ଅଧ୍ୟକ୍ଷ ରବିଦାସ ଓ ସ୍ମରଣିକା କମିଟି ସମ୍ପାଦକ ପ୍ରଭୂକଲ୍ୟାଣ ମହାନ୍ତିଙ୍କ ଦ୍ୱାରା ସଂଚାଳିତ ଏହି ସ୍ମୃତିସଭାରେ ପୂର୍ତମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ, ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଂଜୟ ଦାସ ବର୍ମା,

ବିଜୟ ନାୟକ, ଅନନ୍ତ ଜେନା, ସୁଦର୍ଶନ ଦାସ, ମିନତି ସିଂହ, ମନ୍ମଥ ରାଉତ, ବିଜେପି ନେତା ଗୋଲକ ମହାପାତ୍ର, ସିପିଆଇ (ଏମ୍‌) ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ପ୍ରଦ୍ୟୁମ୍ନ ଶତପଥୀ, ବଟକୃଷ୍ଣ ତ୍ରୀପାଠୀ, ରାଜେଶ ମହାପାତ୍ର, ପ୍ରସନ୍ନ ମହାନ୍ତି, ସନ୍ଦୀପ ସାହୁ ସୁଭାଶିଷ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ରମେଶ ମହାନ୍ତି, ସନ୍ଦୀପ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରସନ୍ନ ପତି, ଶରତ ପାଇକରାୟ, ଜୟଦେବ ବେହରା, ପ୍ରମେୟ ସଂପାଦକ ଗୋପାଳ ମହାପାତ୍ର , ପୂର୍ବତନ ଦୂରଦର୍ଶନ ବାର୍ତା ସମ୍ପାଦକ ଗୋପାଳ ମହାପାତ୍ର,

ଦେବନାରାଣ ସେଠୀ, ମନୋରଂଜନ ମିଶ୍ର, ଅଶୋକ ସାହୁ, ଦିଲ୍ଲୀପ ସୁବୁଦ୍ଧି, ଅରବିନ୍ଦ ମିଶ୍ର, ବିଭୂତି କର, ପବିତ୍ର ମହାରଥା, ସୀମାଚଂଳ ପଟ୍ଟନାୟକ, ବିବେକ ଜେନା, ରମେଶ ସ୍ୱାଇଁ, ସଂଜୟ ଜେନା, ଅକ୍ଷୟ କୁମାର ସାହୁ, ବିରୁପାକ୍ଷ ତ୍ରୀପାଠୀ, ଯଯାତି ମହାନ୍ତି, ଗରିଜା ଶଙ୍କର ଦାଶ, ଦିଲ୍ଲୀପ ବିଶୋଇ, ସିରାଜ ଅହମଦ, ଜ୍ଞାନରଂଜନ ଦାସ, ବପିନ୍ ସିଂହ, ପ୍ରଦୀପ ରାଉତ, ପବିତ୍ର ସେନାପତି, ପାର୍ଥ ସାରଥୀ ଜେନା, ଦେବ ମହାନ୍ତି, ଦୀପକ ମହାପାତ୍ର, ଚିନ୍ମୟ ମହାପାତ୍ର , ଅପୂର୍ବ ମହାନ୍ତି, ସାରଦା ଦେବତା, ଅବିନାଶ ମିଶ୍ର, ପ୍ରିୟରଂଜନ ସାହୁ, ସଂଜୟ ଦାସ, ଭାଗବତ ତ୍ରୀପାଠୀ, ସୁରେଶ କର, ଦୀପକ କୁମାର କର,

ଅରବିନ୍ଦ କୁୃଅଁର, ସୁକାନ୍ତ ମହାନ୍ତି, ରିଆଜ ମହମ୍ମଦ, ଲୋପାମୂଦ୍ରା ଜେନା, ମାଧବାନନ୍ଦ ବେହୁରା, ନଳିନୀ ସାହୁ, ସୂର୍ଯ୍ୟକାନ୍ତି ନାୟକ, ଇଂଜିନିୟର ଲଳିତ ପଟ୍ଟନାୟକ ପ୍ରମୂଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନେକ ମତ ବ୍ୟକ୍ତ କରିଥିଲେ। ରତି ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିକା ଭାବେ ଉପସ୍ଥିତ ରହିଥିଲେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ । ତାଙ୍କ କର କମଳରେ ଏହି ସ୍ମରଣୀକାକୁ ଉନ୍ମୋଚିତ କରାଯାଇଥିଲା ।

ଏହି ଅବସରରେ ରତିକାନ୍ତ ମହାନ୍ତିଙ୍କ ଝିଅ ପୂଜା ମହାନ୍ତି ଓ ବନ୍ଦନା ମହାନ୍ତିଙ୍କ ସମେତ ତାଙ୍କ ପରିବାରର ଅନେକ ବ୍ୟକ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ । ଏହି ଅବସରରେ ‘ସମସ୍ତଙ୍କ ପ୍ରିୟ ରତି ଭାଇ’ ନାମକ ଏକ ସ୍ମରଣିକା ପ୍ରକାଶ ପାଇବା ସହିତ ରତିକାନ୍ତ ମହାନ୍ତିଙ୍କ ଜୀବନୀ ଉପରେ ଏକ ପ୍ରମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version