No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ନଖରା ମୈ।ଜାରେ ଥିବା୍ ଲକ୍ଷେଶ୍ଵରଙ୍କ ପୀଠରେ ଶ୍ରୀରାମ ଚରିତ ମାନସ ପାରାୟଣ ଚାଲିଥିବା ବେଳେ ବୁଧବାର ରାତିରେ ପୁରୁଣା କାଚରାମାଳ ଚନ୍ଦନ ରାମଲୀଳା ସମିତିର କଳାକାର ମାନେ ଶ୍ରୀରାମ ଜନ୍ମ ବନବାସ ଲୀଳା ପରିବେଷଣ କରିଥିଲେ।
ଶ୍ରୀଲଖେଶ୍ଵର ରାମ ଚରିତ ମାନସ ପାରାୟଣ ସମିତିର ସଭାପତି ବଂଶୀଧର ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏଥିରେ ପାହାଳ ଥାନା ଆଇଆଇସି ଅଶ୍ଵିନୀ କୁମାର ଜେନା, ଲଖେଶ୍ଵର ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଗୁଣନିଧି ପଟ୍ଟନାୟକ, ଲଳିତ କୁମାର ଦାଶ ପ୍ରମୁଖ ଶ୍ରୀରାମ ଲୀଳାରୁ ଅନେକ କଥା ଶିଖିବାର ଅଛି ବୋଲି କହିଥିଲେ ।
କାନନ ବିହାରୀ ନାୟକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସଂପାଦକ ପ୍ରଶାନ୍ତ କୁମାର ମହାନ୍ତି, ଶଶିଭୂଷଣ ମହାନ୍ତି, କିଶୋର ପଟ୍ଟନାୟକ, ସୁଧିର କୁମାର ପଟ୍ଟନାୟକ, ବିଚିତ୍ରାନନ୍ଦ ଦଳାଇ, କିଶୋର ବରାଳ, ବଲ୍ଲଭ କୁମାର ଜେନା, ଅଭୟ କୁମାର ଜେନା,ଅନିଲ କୁମାର ମହାନ୍ତି, ଗଗନ ଚନ୍ଦ୍ର ଭୂୟାଁ,ଗୋଲଖ ଚନ୍ଦ୍ର ଜେନା, ବଳରାମ ସାହୁ, ନରେଶ କୁମାର ମହାନ୍ତି,
ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ପୂଜକ ବାଇଧର ପାଢ଼ୀ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କୁ ପ୍ରଥମେ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେପରେ ପାହାଳ ଥାନା ଅଧିକାରୀ ଅଶ୍ଵିନୀ କୁମାର ଜେନା, ନିଳାମ୍ବର ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଲୀଳା ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥିଲା ।

No Result
View All Result