No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ନାବାଳକ ହତ୍ଯା କାଣ୍ଡର ଫର୍ଦ୍ଦାଫ୍ଲାଶ କରିଛି ପୁରୀ ପୋଲିସ । ଅଭିଯୁକ୍ତ ସେହି ଗ୍ରାମର ପ୍ରଭାକର ସାହୁ ଓରଫ ବାପି ( ୩୮)କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଛି । ଏ ସଂପର୍କରେ ଡେଲାଙ୍ଗ ଥାନାରେ ୧୪୫/୨୫ ମାମଲା ରୁଜୁ କରାଯାଇଛି । ପୋଲିସ ଏ ସଂପର୍କରେ ମୃତ ନାବାଳକ ଆଶୀର୍ବାଦ ସାହୁର ସାଇକେଲ ଚାବି, ଦୂଇଟି ନଟୁ ଓ ସୂତା ସହ ପ୍ଯାଣ୍ଟ ,ଗାମୁଛା, ଟି ସାର୍ଟ ଓ ଅଭିଯୁକ୍ତ ବାପିର ମୋବାଇଲ ଫୋନକୁ ଜବତ କରିଛି ।
ଘଟଣାରୁ ପ୍ରକାଶ ଯେ ମୃତ ନାବାଳକ ଏପ୍ରିଲ ୧୫ ତାରିଖ ସଂଧ୍ଯା ୬ଟା ୪୫ରେ ବାପି ସହ କଥା ହୋଇଥିବା ଗ୍ରାମବାସୀ ଦେଖିଥିଲେ । ଅଭିଯୁକ୍ତ ସହ ନାବାଳକ ତାଙ୍କ ଘରେ ୟୁଟ୍ଯୁବ ଚାନେଲ ଦେଖିଥିଲେ । ଘରେ ଗରମ ଅନୁଭୂତ ହେବାରୁ ନାବାଳକ ସାର୍ଟ ଖୋଲି ଦେଇଥିଲେ । ଶହେ ଟଙ୍କାରେ ୪ଟି କ୍ରିକେଟ ବଲ ଦେବ କହି ନାବାଳକ ସହ ଅନୈତିକ କର୍ମ କରିଥିଲା । ଏହି ସମୟରେ ନାବାଳକର କକା ବଡ ପାଟି କରି ଡାକିବାରୁ ନାବାଳକ ଅଭିଯୁକ୍ତକୁ ଶହେ ଟଙ୍କା ମାଗିଥିଲା । ଏହି କଥା ଗ୍ରାମରେ କହିଦେବି କହିବାରୁ ନାବାଳକକୁ ତା ଗଞ୍ଜିରେ ପାଟି ଚିପି ଧରିବାରୁ ନାବାଳକ ମଳତ୍ଯାଗ କରି ଦେଇଥିଲା ।
ନାବାଳକ ମରିଯିବା ଭାବି ପଛପଟେ ଥିବା ପାଇଖାନା ଟାଙ୍କିରେ ପକାଇ ଦେଇ ଫେରାର ହୋଇଯାଇଥିଲା । ୨୧ ତାରିଖ ଦିନ ପାଇଖାନା ଟାଙ୍କିରୁ ପୋଲିସ ନାବାଳକର ମୃତ ଦେହ ଉଦ୍ଧାର କରିଥିଲା । ପରେ ମୁଖ୍ଯ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପୋସ୍କ ଆକ୍ଟ ଲାଗୁ ହୋଇଥବା ବେଳେ ପୋଲିସ ଅଧିକ ଅନୁସନ୍ଧାନ କରୁଛି । ଏ ସମ୍ପର୍କରେ ଆଜି ଅପରାହ୍ନରେ ପୁରୀ ଏସପିଙ୍କ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମ୍ମିଳନୀରେ ଏସପି ବିନୀତ ଅଗ୍ରୱାଲ, ଅତିରିକ୍ତ ଅଧୀକ୍ଷକ ସୁଶୀଲ କୁମାର ମିଶ୍ର ଓ ବିଷ୍ଣୁ ପତିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
No Result
View All Result