No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ୱାବଧାନରେ ସେବା ଅନୁଷ୍ଠାନ ନୟାଗଡ଼ ଠାରେ ଅନୁଷ୍ଠାନର ମାନସିକ ରୋଗୀ ଓ ବୁଦ୍ଧିମାନ୍ଦତା ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି ସ୍ୱାଗତ ଭାଷଣ ଦେଇ ଅତିଥି୍ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଉକ୍ତ ଶିବିରଟିକୁ ସଚିବ ଅଞ୍ଜଳୀ ମଛଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ମାନସିକ ରୋଗୀ ଓ ବୁଦ୍ଧିମାନ୍ଦତାଙ୍କ ପାଇଁ ଆଇନଗତ ଅଧିକାର ଓ ସୁବିଧା ବିଷୟରେ ଆଲୋକପାତ କରିଥିଲେ ।
ଜିଲା ସ୍ୱାସ୍ଥ୍ୟ ଅଧିକାରିଣୀ ପୁଷ୍ପାନିଳିମା ଲାକ୍ରା ମାନସିକ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ, ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ ନୀତି ଓ ଆଇନ୍ ସମ୍ପର୍କରେ, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ମାନସିକ ରୋଗୀ ଓ ବୁଦ୍ଧିମାନ୍ଦତା ବ୍ୟକ୍ତିମାନଙ୍କ ଅଧିକାର ସମ୍ପତି ଓ ସ୍ୱାଧୀନତା ସମ୍ପର୍କିତ ମାମଲାରେ ଅଭିଜ୍ଞ ଆଇନଜୀବୀ ଓ ଅଧିକାର ମିତ୍ରମାନଙ୍କ ଭୂମିକା ଉପରେ,
ଓକିଲ କାମାକ୍ଷା ପ୍ରସାଦ ଦାସ ମାନସିକ ରୋଗୀମାନଙ୍କୁ ଆଇନ୍ ସଚେତନତା କରାଇଥିଲେ ଏବଂ ପିରାମଲ୍ ଫାଉଣ୍ଡେସନ୍ର ଅମନ ମିଶ୍ର ଜିଲା ଆଇନସେବା ପ୍ରାଧିକରଣଙ୍କ ଭୂମିକା ଉପରେ ବର୍ଣ୍ଣନା କରିଥିବାବେଳେ ପ୍ରାଧିକରଣରର କ୍ଷଣପ୍ରଭା କର ଗୀତଗାଇ ମାନସିକ ରୋଗୀଙ୍କ ମୁହଁରେ ହସ ଫୁଟାଇଥିଲେ । ଉକ୍ତ ଶିବିରକୁ ସଫଳ କରିବାରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଲିପ୍ସା ଦାସ, ପ୍ରମୋଦ କୁମାର ମହାନ୍ତି, ବିଷ୍ଣୁଚରଣ ପଟ୍ଟନାୟକ ଓ ଆଇନସେବା ପ୍ରାଧିକରଣର କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ଗଦାଧର ବିଶ୍ୱାଳ, ରାଜେଶ କୁମାର ବାରିକ, ଗଗନବିହାରୀ ନାୟକ ଏବଂ ସେବା ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

No Result
View All Result