• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାବୀର କ୍ଷେତ୍ରରେ ଲଂକାପୋଡି ଯାତ୍ରା ,ସୀତାଠାବ ଓ ରାବଣର ଛତ୍ର ଛେଦନ

Proprietor Abhimanyu Maharana by Proprietor Abhimanyu Maharana
April 20, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ମହାନଗର, ହୋମ୍
0
ମହାବୀର କ୍ଷେତ୍ରରେ ଲଂକାପୋଡି ଯାତ୍ରା ,ସୀତାଠାବ ଓ ରାବଣର ଛତ୍ର ଛେଦନ
Share on FacebookShare on TwitterWhatsapp

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଲଙ୍କାପୋଡ଼ି ଯାତ୍ରାର ଆଜିର ଦିବସଟି ମୁଖ୍ୟତଃ ସୁନ୍ଦରାକାଣ୍ଡ ଓ ମହାବୀର ବଜରଂଗବାଲି କଂ ଉପରେ ପର୍ଯ୍ୟବେସିତ । ବର୍ଷାଋତୁ ସମାପନ ହେବାପରେ ,ମହାରାଜା ସୁଗ୍ରୀବ,ମା ସୀତାକଂ ସନ୍ଧାନ ନିମନ୍ତେ କୌଣସି ଆଗ୍ରହ ନ ଦେଖାଇବାରୁ ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ କିସ୍କିନ୍ଦା ନଗରକୁ ଗମନ କରନ୍ତି । ସୁରା ସାକିରେ ଲିପ୍ତ ସୁଗ୍ରୀବଙ୍କୁ ଲକ୍ଷ୍ମଣ ଉଚିତ ଶିକ୍ଷା ଦେବାପରେ ସେ ରାମଚନ୍ଦ୍ରଙ୍କ ନିକଟକୁ ଆସି,ମା ସୀତାକଂ ସନ୍ଧାନ ନିମନ୍ତେ ଯୋଜନା କରିଛି ବୋଲି ପ୍ରକାଶ କରିବା ପରେ ,ଚାରି ଦିଗକୁ ୪ ଦଳ ସେନା ପ୍ରେରଣ କରିନ୍ତି ।

ମାତ୍ର ରାବଣ ମା ସୀତାକୁଂ ନେଇ ଦକ୍ଷିଣକୁ ଗମନ କରିଥିବା ହେତୁ ଦକ୍ଷିଣ ଦିଗକୁ ଯୁବରାଜ ଅଙ୍ଗଦ କଂ ନେତୃତ୍ବରେ ବଛାବଛା ଅଷ୍ଟମଲ୍ଲ ଙ୍କୁ ପ୍ରେରଣ କରନ୍ତି । ସେମାନଙ୍କ ମଧ୍ୟରେ ହନୁମାନ,ଅଂଗଦ , ଗବୟ,ଗବାକ୍ଷ ନଳ,ନୀଳ,ଜାମ୍ବବ,ଶୁଶେଣ ଆଦି ପ୍ରଧାନ । ସେମାନେ ବାଟରେ ବହୁ ବିଧାବିଘ୍ନ ଓ ଝଡ଼ ଝଂଜା ଆଦି ଅତିକ୍ରମ କରି ସମୁଦ୍ର ତଟକୁ ଗମନ କରନ୍ତି । ବାଟରେ ପକ୍ଷୀରାଜ ସଂପାତି ଆକ୍ରମଣର ଶିକାର ହୋଇ ପର୍ବତ କ୍ରୋଟରରେ ନିପତିତ ହୋଇଥିଲେ, ମାତ୍ର ଅଷ୍ଟମଲ୍ଲ କଂ ଠାରୁ ଶ୍ରୀରାମ କଥା ଶ୍ରବଣକରିବାରୁ, ତାକଂ ପକ୍ଷ କଅଁଳି ଉଠିବାରୁ ସେ ଅଷ୍ଟବୀରଙ୍କ ପରିଚୟ ପାଆନ୍ତି ଓ ଆପଣାର ଭାଇ ଜଟାୟୁକଂ ନିଧନ ଖବର ପାଇ ଶୋକବ୍ୟକ୍ତ କରନ୍ତି ।

ସେ ଅଷ୍ଟମଲ୍ଲ କୁଂ ଆପଣାର ପୃଷ୍ଟରେ ବସାଇ ସୁଦୂର ଲଙ୍କା ଦର୍ଶନ କରାନ୍ତି । ମହା ସମୁଦ୍ର କୁ ଡେଇଁ ମାତା ସୀତାକୁଂ ଠାବ କରିବା ଏକ କଷ୍ଟକର ବ୍ୟାପାର ଥିଲା । ଏହି କାର୍ଯ୍ୟକୁ ସଂପାଦନ କରିବାକୁ, ହନୁମାନଙ୍କୁ ଜାମ୍ବବାନ ପରାମର୍ଶ ଦିଅନ୍ତି ଏବଂ ଚୈକି ମହାମୂନୀକଂ ଠାରୁ ପାଇଥିବା, ମୁନିଶାପ ଖଣ୍ଡନ କରାଇ ,ହନୁମାନଙ୍କ ବଳ ଓ ସାମର୍ଥ୍ୟ ମନେପକାଇ ଦିଅନ୍ତି ଏବଂ ହନୁମାନ ସମୁଦ୍ର ଲଂଘନ କରନ୍ତି । ବାଟରେ ସଂହିକା ଅସୁରୀକୁ ବଦ୍ଧ କରନ୍ତି ଓ ନାଗମାତା ସୁରସାକଂ କବଳରୁ ଶ୍ରୀ ହନୁମାନଙ୍କୁ ତାଙ୍କର ବୀରତ୍ଵ ଓ ବୁଦ୍ଧି ବଳର ପରୀକ୍ଷା ଦେଇ ଲଙ୍କା ଗମନ କରନ୍ତି ।

ସଂଧ୍ୟା ସମୟରେ ଗୋରୁପଲ ଭିତରେ ପସି ଲଙ୍କା ନଗରରେ ପ୍ରବେଶ କରନ୍ତି । ମାତ୍ର ସେଠାରେ ଲଙ୍କଦେବୀ ତାଙ୍କ ପଥରୋଧ କରିବାରୁ ,ହନୁମାନ ତାଙ୍କୁ ବ୍ରହ୍ମ ଚାପଡ଼ା ମାରନ୍ତି । ଲଙ୍କ ଦେବୀ ରାବଣ ବଦ୍ଧ ସମୟ ଆସିଗଲା ବୋଲି ଜାଣି ,ରାବଣକୁ ସୋପ୍ନାଦେଶ କରି ଚାଲିଯାଆନ୍ତି । ଶ୍ରୀ ହନୁମାନ ଏଣେ ତେଣେ ବୁଲି, ଶେଷରେ ଅଶୋକ ବନରେ ସୀତାମାତାକଂ ଠାବ କରନ୍ତି ଓ ଶ୍ରୀରାମଙ୍କ ମୁଦ୍ରିକା ,ମାତା ସୀତାଙ୍କୁ ଦେଇ ,ବାହୁଡା ସନ୍ତକ ନେଇ ଫେରିବା ପୂର୍ବରୁ ରାବଣକୁ ଉଚିତ ଶିକ୍ଷା ଦେବା ନିମନ୍ତେ ମଧୁବନ ତୋଟାକୁ ଭାଙ୍ଗିରୁଜି ନଷ୍ଟ କରିଦିଅନ୍ତି ।

ପ୍ରହରୀ ମାନଙ୍କୁ ଦଳି ମକଚି ମାରିଦେବାରୁ ,ରାବଣର ସାନପୁଅ ଅକ୍ଷୟ କୁମାର ଆସି ଯୁଦ୍ଧ କରେ । ମାତ୍ର ସେ ହନୁମାନଙ୍କ ହାତରେ ନିଧନ ହେବା ପରେ ରାବଣର ବଡ଼ପୁତ୍ର ଇନ୍ଦ୍ରଜିତ ଆସି ନାଗଫାସ ବନ୍ଧରେ ହନୁମାନଙ୍କୁ ବନ୍ଧନକରି ରାବଣ ଦରବାରରେ ଉପସ୍ଥିତ କରାଏ । ରାବଣ ହନୁମାନଙ୍କୁ ଉଚିତ ଦଣ୍ଡ ବିଧାନ କରିବା ନିମନ୍ତେ ତାହାଙ୍କ ଲାଙ୍ଗୁଡ଼ରେ ଲମ୍ଵ କନା ଗୁଡ଼ାଇ ତୈଳ ପକାଇ ଅଗ୍ନି ସଂଯୋଗ କରେ ,ଏଥୁଅନ୍ତେ ହନୁମାନ ଲଂକାଗଡର ଘରକୁ ଘର ଡେଇଁ ସମଗ୍ର ଲଙ୍କାପୁରିକୁ ଧ୍ୱଂସ କରି ଫେରି ଆସନ୍ତି ଓ ପ୍ରଭୂ ରାମଚନ୍ଦ୍ର କୁଂ ମାତା ସୀତାକଂ ବାର୍ତ୍ତା ପ୍ରଦାନ କରନ୍ତି ।

ଏଥୁଅନ୍ତେ ରାମଚନ୍ଦ୍ର ଆପଣାର ବାନର ସେନା ସହ , ସମୁଦ୍ର ତଟକୁ ଯାଇ ସେତୁବନ୍ଧ ବାନ୍ଧନକରି ଲଂକା ଗମନ କରନ୍ତି । ଏ ସମୟରେ ରାବଣର ଦ୍ୱାରା ତିରସ୍କୃତ ହୋଇ ବିଭିଷଣ ଶ୍ରୀରାମ ଚନ୍ଦ୍ରଙ୍କ ଶରଣାପରର୍ଣ୍ଣ ହୁଅନ୍ତି । ରାମଚନ୍ଦ୍ର ସମୁଦ୍ର ଲଙ୍ଘି ସୁବଳୟା ପର୍ବତରେ ଅବସ୍ଥାନ କରିଥିବା ବେଳେ ରାବଣ ପୁଷ୍ପକ ଯାନରେ ବସି ସେନାର ଗଣନା କରୁଥିବା ବେଳେ , ଶ୍ରୀରାମଚନ୍ଦ୍ର ରାବଣ ପୁଷ୍ପକ ବିମାନର ଛତ୍ର ଛେଦନ କରି ଉଚିତ ଶିକ୍ଷା ଦିଅନ୍ତି । ଏହି ନୀଳାଭିନୟଟି ମହାବୀର କ୍ଷେତ୍ରର ଗଣେଶବଜାର ଠାରେ ,ଅତ୍ୟନ୍ତ ମାର୍ମୀକ ଓ ଜୀବନ୍ତ ଭାବରେ ଅଭିନୀତ ହୋଇଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version