No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍ ):- ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ମହାନ ଜନନାୟକ, ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତିକ ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡିଶାର ବିନ୍ଧାଣି ବିକୁ ପଟ୍ଟନାୟକ ଙ୍କ ୨୮ ତମ ତିରୋଧାନ ଦିବସ ସାତପଡ଼ା ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ସେଠାରେ ଥିବା ବିଜୁବାବୁଙ୍କ ପତିମୃତ୍ତିରେ ଫୁଲମାଲ ଦେବା ସହ ପ୍ରବାଦ ପୁରୁଷଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଆଜି ଦିନଟି ବିଜୁ ବାବୁଙ୍କ ପୂଣ୍ୟତିଥି ଥିବାରୁ ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ସମସ୍ତ ନିର୍ବାଚନମଣ୍ଡଳୀରେ ରାଜ୍ୟବ୍ୟାପି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତିଳ ତର୍ପଣ କରିଥିଲେ ।
ବିଜୁ ପଟ୍ଟନାୟକ କୋୖଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ଆନ୍ତର୍ଜାତିକ ରାଜନୀତିରେ ପ୍ରତିଷ୍ଠା ପାଇଥିବା ଓଡ଼ିଶାର ମହାନନାୟକ। ବିଜୁ ବାବୁଙ୍କ ପ୍ରତି ପ୍ରତ୍ୟକ ମନରେ ରହିଛି ପ୍ରଚଣ୍ତ ଶ୍ରଦ୍ଧା ଓ ଅସିମ ଭଲପାଇବା। ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଓଡ଼ିଶାବାସୀ ଭୁଲି ନାହାଁନ୍ତି, ସ୍ଵାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ଦେଶ ଗଠନରେ ତାଙ୍କ ଭୂମିକାକୁ ମଧ୍ୟ ଭାରତବାସୀ ଭୁଲିବେ ନାହିଁ। ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କେନ୍ଦ୍ରସରକାରଙ୍କ ନିକଟରେ ଓଡ଼ିଶା ବାସୀଙ୍କ ଦାବି ଏଯାଏଁ ଅପୂରଣୀୟ ରହିଛି। ସମଗ୍ର ଓଡ଼ିଆ ଜାତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଗର୍ବ କରୁଥିବା ବେଳେ ରାଜ୍ୟର ବିଜେପି ସରକାରଙ୍କୁ ‘ବିଜୁ’ ଙ୍କ ନାମ ବିଷ ପରି ଲାଗୁଛି।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଟକ ଜିଲ୍ଲା ମାହାଙ୍ଗା ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରୁ ମୁଣ୍ଡ ଅଲଗା କରିବା ଏବଂ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଦୁଃଖ ଦାୟକ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ଵାଭିମାନୀ ଓ ଅସ୍ମିତା କୁ ଭୁଲୁଣ୍ଠିତ କଲାଭଳି ଦୁର୍ଭାଗ୍ୟଜନକ ଘଟଣା। ସେହିପରି ବିଜୁ ପଟ୍ଟନାୟକଙ୍କ ନାମ ଥିବା ଏକାଧିକ ଯୋଜନା କୁ ପରିବର୍ତ୍ତନ କରିଛି ଏ ବିଜେପି ସରକାର। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଗାଣ, ବିଜୁ ସେତୁ ଯୋଜନା, ବିଜୁ ପକ୍କାଘର ଯୋଜନା, ବିଜୁ କେବିକେ ଯୋଜନା ଆଦିର ନାମ ପରିବର୍ତ୍ତନ କରିଛନ୍ତି।
ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ରାଜ୍ୟ କ୍ରୀଡ଼ା ପୁରସ୍କାର ନାମକୁ ମଧ୍ୟ ପରିବର୍ତ୍ତନ ରାଜ୍ୟ ବିଜେପି ସରକାର ଉଦ୍ୟମ କରିଥିଲେ। ମାତ୍ର ରାଜ୍ୟ ବ୍ୟାପୀ ଏହା ବିରୋଧରେ ଅସନ୍ତୋଷ ତେଜିପା ପରେ ସରକାର ଏଥିରୁ ବିରତ ରୁହନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷl ରତ୍ନମାଳା ବେହେରା ,କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷl ସରୋଜିନୀ ତରେଇ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ପଦ୍ମ ଚରଣ ଜେନା,, ଉପାଧ୍ୟକ୍ଷା ମାଳିନୀ ଦଳାଇ,
ପୁରୀ ସଦର ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ବରିଷ୍ଠ ନେତା ଭଗବାନ ନାୟକ, କୃଷ୍ଣଚନ୍ଦ୍ର ରାୟ, ଜୟନ୍ତ କୁମାର ମହାନ୍ତି ,ରମେଶ ପଲେଇ, ପଦ୍ମ ଚରଣ ଜେନା, ରାମଚନ୍ଦ୍ର ଷଡ଼ଙ୍ଗୀ , ରଘୁନାଥ ଜେନା,କାର୍ତ୍ତବିଯ୍ୟ ସ୍ଵାଇଁ, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ, ସକୁନ୍ତଳା ମିଶ୍ର,, ଯୁବ ନେତା ବିଜୟ କୁମାର ଦଳେଇ, ନରସିଂହ ପତି, ବୃନ୍ଦାବନ ପ୍ରଧାନ,, ବ୍ରହ୍ମପୁର ସରପଞ୍ଚ ସନ୍ତୋଷ କୁମାର ଜେନା, ସମିତି ସଭ୍ୟ କାଳୁ ଜେନା, ସମିତି ସଭ୍ୟ ମଣ୍ଟୁ ପ୍ରଧାନ, ଗୋଲାପ ସ୍ଵାଇଁ, ସର୍ବେଶ୍ଵର ଜେନା , ଯୁବ ଛାତ୍ର ଜନତା ଦଳ ପ୍ରତିନିଧି ଓ ପ୍ରମୁଖ ମହିଳା ନେତୃମଣ୍ଡଳୀ ଏବଂ ବହୁ ବିଜୁ ପ୍ରେମୀ ଉପସ୍ଥିତ ଉପସ୍ଥିତ ଥିଲେ।

No Result
View All Result