No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଭିମ ଆର୍ମି ଭାରତ ଏକତା ମିଶନ ଏବଂ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନର ସୁପତିଙ୍କୁ ଫୁଲ ମାଳ ଅର୍ପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନଗେନ୍ଦ୍ର ଜେନାଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସର ରେ ଏକ ବିରାଟ ଶୋଭାଯାତ୍ରା ଆଇନ କଲେଜରୁ ବାହାରି ସହର ପରିକ୍ରମା କରି ହାଇସୁଲ ଛକରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ, ପୂର୍ବତନ ବିଧାୟିକା ଡଃ ସିପ୍ରା ମଲିକ ବାବା ସାହେବଙ୍କର ଆଦର୍ଶ ଜୀବନୀ ଆମ୍ବେଦକରଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ କେବଳ ନାମ ନୁହେଁ ବରଂ ଏକ ପରିବର୍ତ୍ତନଶୀଳ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ।
ଏକ ଦଲିତ ପରିବାରଠାରୁ ଆରମ୍ଭ କରି ଭାରତର ସମ୍ବିଧାନର ମୂଖ୍ୟ ସୁପତି ହେବା ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଭବିଷ୍ୟତ ପିଡିଙ୍କ ପାଇଁ ପ୍ରେରଣା ଏକ ଆଲୋକ ଅଟେ। ଏକ ସାମାଜିକ ତଥା ରାଜନିତିକ ଭିତ୍ତିପ୍ରସ୍ତର ସ୍ଥାପନ, ସମସ୍ତଙ୍କ ପାଇଁ ସମାନତା ଏବଂ ନ୍ୟାୟ ସୁନିଶ୍ଚିତ କରିବାରେ ଆମ୍ବେଦକରଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆମ୍ବେଦକର ବିଚାର ମଂଚ ର ରାଜ୍ୟ ସଭାପତି ସଂଗ୍ରାମ କେଶରୀ ମଲିକ, ଚିତରଞ୍ଜନ ମଲିକ,ରାଜେନ୍ଦ୍ର ମଲିକ, ବିଶ୍ୱଜିତ୍ ମଲିକ, ରଂଜିତ ମଲିକ, ସଂଜୟ ଜେନା,ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result