No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣାର ପି ଏମ୍ ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବନମାଳୀପୁର ସ୍ଥିତ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଯୋଗଦେଇ କହିଥିଲେ ଯେ ନିଜକୁ ନିଜେ ସୁଧାରି ଦକ୍ଷତା ପ୍ରତିପାଦନ କରିବାକୁ ହେବ। କେବଳ ବ୍ୟବସ୍ଥା ଦ୍ଵାରା ନୁହେଁ, ପ୍ରତେକଙ୍କର ଆସ୍ଥାଭାଜନ ହୋଇ କର୍ତ୍ତବ୍ୟ ସମ୍ପାଦନ କଲେ ଜଣେ ସଫଳତା ପାଇ ପାରିବ ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଭ୍ୟ ଭାଗିରଥି ପାତ୍ର,ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ମଞ୍ଜୁଲତା ରାଉତ,ପ୍ରଧାନ ଶିକ୍ଷକ ଅର୍ଣବ କୁମାର ବେଉରା,ବିଜୟ ବେହେରା,ପୂର୍ବତନ ପ୍ରଧାନ ଶିକ୍ଷକ ରଘୁନାଥ ଲେଙ୍କା, ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ପ୍ରତାପ କୁମାର ସାହୁ,ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ,ଭୀମସେନ ମଣ୍ଡଳ ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜୀବନ ନିର୍ବାହ ପାଇଁ ଉପଦେଶ ଦେଇଥିଲେ।
ପି ଏମ୍ ଶ୍ରୀ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ବିଦ୍ୟାଳୟ କୁ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗକୁ ସଦୁପଯୋଗ କରି ବିଦ୍ୟାଳୟର ସୁନାମ ବୃଦ୍ଧି କରିବା ଆମର ଲକ୍ଷ୍ୟ ରହିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର ସଫଳତା ହାସଲ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ସଞ୍ଜୟ ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
No Result
View All Result