No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଗୋଠ ପଞ୍ଚାୟତ ଭିରୁଡ଼ା ଗ୍ରାମ ନିକଟରେ ଥିବା ମା ରାମଚଣ୍ଡୀ ଙ୍କ ପଣା ଯାତ୍ରା ତିନିଦିନ ଧରି ଧୁମ୍ ଧାମରେ ପାଳିତ ହୋଇଯାଇଛି । ଠାକୁରାଣୀ ଙ୍କ ପୀଠରେ ହୋମ ଯଜ୍ଞ ,ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମା ରାମଚଣ୍ଡୀ ଡ୍ରାମାଟିକ କ୍ଲବ୍ ଭିରୁଡ଼ା ତରଫରୁ ଏ ଆଖି କାନ୍ଦୁଛି ତୋରି ପାଇଁ ଏବଂ ହା କୃଷ୍ଣ ବୋଲି ଯାଉ ଜୀବ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମଞ୍ଚସ୍ଥ ନାଟକକୁ ଉଦ୍ଘାଟନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ବଡଗୋଠ ସରପଞ୍ଚ ଙ୍କ ପ୍ରତିନିଧି ବନମାଳୀ ନାୟକ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ,ବିଜେଡ଼ି ଦକ୍ଷନେତା ବାବାଜୀ ମହାପାତ୍ର, ଯୁବ ସଂଗଠକ ସନ୍ତୋଷ ନାୟକ ,କ୍ଲବ୍ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶହ ଶହ ଲୋକମାନଙ୍କ ସମାଗମ ହୋଇଥିଲା ।
No Result
View All Result