No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ନବବର୍ଷ ଓ ନମାମୀ ମନ୍ଦାକିନୀ ମହୋତ୍ସବ ଅବସରରେ ମାନ୍ୟବର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ସାରସ୍ୱତ କାର୍ଯ୍ୟକ୍ରମରେ ମହୋତ୍ସବର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କର ସମର୍ପିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତାକୁ ଆଧାର କରି ଓଡ଼ିଆ ଦିନ ପଞ୍ଜିକା ପ୍ରଦାନ କରିବା ସହ ସମ୍ମାନିତ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଶ୍ରୀଯୁକ୍ତ ଶତପଥୀ ଓଡ଼ିଆ ଦିନ ପଞ୍ଜିକା ପ୍ରଦାନ କରିବା, ବିଭିନ୍ନ ପର୍ବପର୍ବାଣୀ ଅବଧି ନିର୍ଣ୍ଣୟ କରିବା, ନବବର୍ଷ ମହୋତ୍ସବ ପାଳନ କରିବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସଠିକ୍ ନିର୍ଣ୍ଣୟ କରିବା ପ୍ରମୁଖ ପାଇଁ ଦାବି କରି ଆସୁଥିଲେ ।
ଏହାକୁ ବର୍ତ୍ତମାନର ସରକାର ଗ୍ରହଣ କରିବା ସହିତ ଶ୍ରୀଯୁକ୍ତ ଶତପଥୀଙ୍କୁ ଉକ୍ତ ପଞ୍ଜିକା ପ୍ରଦାନ କରିଥିଲେ । ମାନ୍ୟବର ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଡଃ ପ୍ରଦୀପ କୁମାର ବିଶ୍ୱାଳ, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ଭାଷାପ୍ରାଣ ରାଜେନ୍ଦ୍ର ସାମନ୍ତରାୟଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । ସରକାର ନେଇଥିବା ଓଡ଼ିଆ ପକ୍ଷ ପାଳନ, ନବବର୍ଷ ପାଳନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିବାରୁ ପ୍ରଦ୍ୟୁମ୍ନ ବାବୁ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଆଗାମୀ ପିଢି ପାଇଁ ଏକ ସୁବାର୍ତ୍ତା ସହିତ ପ୍ରଶସ୍ତ ଆଲୋକମାର୍ଗ ଓ ପ୍ରେରଣା ହେବ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।
No Result
View All Result