No Result
View All Result
ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ପଡ଼ିଆ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇଛି । ପଡ଼ିଆ ବ୍ଲକ କଂଗ୍ରେସ ସଭାପତି ନାକା ରାଜୁ କୁମାରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସ୍ଥାନୀୟ ଆମ୍ବେଦକର ଯୁବ ସଂଘ ନିକଟରୁ ମଶାଲ ଶୋଭାଯାତ୍ରା ରେ ବଜାର ପରିକ୍ରମା କରିଥିଲେ ।
ଶୋଭାଯାତ୍ରାରେ ନିଲିଗୁଡା ପଞ୍ଚାୟତର ନାଏବ ସରପଞ୍ଚ ବାସୁଦେବ ମାଡକାମି, ପିସିସି ସଦସ୍ୟ ପ୍ରମୋଦ କୁମାର ସେଠୀ, ନାରା ନାଗା ରାଜୁ,ବରିଷ୍ଟ କଂଗ୍ରେସ କର୍ମୀ ଏମ୍ ଡି ଇର୍ସାଦ , ଆର୍ ଜ୍ଞାନଦାସ୍, ଏମ୍ ବାପା ରେଡ୍ଡୀ,କୋଡ଼ି ରାଜୁ କୁମାର ଓ ନନ୍ଦା କୁରାମୀଙ୍କ ସମେତ ୪୦ରୂ ଉର୍ଦ୍ଧ୍ଵ କର୍ମୀ ସାମିଲ ହୋଇଥିଲେ ।

No Result
View All Result