No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ସ୍କୁଲ୍ ର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ରଙ୍କୁ ପଦୋନ୍ନତି ଜନିତ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି |ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ଆଲୁମିନି ଓ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ତଥା ଅନେକ ଅଭିଭାବକ ଓ ଅଭିଭାବିକା ମାନଙ୍କ ଉପସ୍ଥିତି ରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତକାଲି ପୁରୀ ଜିଲ୍ଲା ସ୍କୁଲ୍ ଆଲୁମିନୀ କମିଟି ର ଚେୟାରମେନ ରାଜକିଶୋର ପାତ୍ର,

ସମ୍ପାଦକ ରବୀନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ନାଥ ଜେନା,ଡ଼ା କୁମାର ଅରଜିତ୍ , ମନୋଜ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ବିଦ୍ୟାଳୟରେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘ ୭ ବର୍ଷର ଅବଧିର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ଆଜି ବିଦ୍ୟାଳୟ ତରଫରୁ ବିଧିବଦ୍ଧଭାବେ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଥିଲା ।

ଶ୍ରୀମତୀ ମିଶ୍ର ଦୀର୍ଘ ୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଗଭୀର ପ୍ରଚେଷ୍ଟା କରିଛନ୍ତି । ଯଦ୍ଦ୍ବାରା ଏହି ଅନୁଷ୍ଠାନ ସମଗ୍ର ଓଡ଼ିଶାରେ ଦ୍ବିତୀୟ ସ୍ଥାନ ହାସଲ କରି ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ କରିବାକୁ ସମର୍ଥ ହୋଇଥିଲା । ତାଙ୍କର ନିଷ୍ଠାପରତା ଓ ଦୃଢ ଇଚ୍ଛାଶକ୍ତି ବଳରେ ଆଜି ଏହି ବିଦ୍ୟାଳୟ ସବୁ ବିଭାଗରେ ଅନ୍ୟମାନଙ୍କ ପାଇଁ ଏକ ଦର୍ଶନୀୟ ଓ ପ୍ରେରଣା ଦାୟକ ବିଦ୍ୟାଳୟ ରୂପେ ପ୍ରତୀୟମାନ ହୋଇପାରିଛି ।
ସମ୍ପ୍ରତି ଶ୍ରୀମତୀ ମିଶ୍ର ପଦୋନ୍ନତି ପାଇ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ କଟକ ଠାରେ ଡେପୁଟି ସେକ୍ରେଟାରୀ ରୂପେ ଅଧିଷ୍ଠିତ ହୋଇଛନ୍ତି । ତାଙ୍କର ବିଦ୍ୟାଳୟ ପରିତ୍ୟାଗ ହେତୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ କ୍ଷୋଭ ଓ ନିରାଶର ବାତାବରଣ ସୃଷ୍ଟି ହୋଇଛି |ସମଗ୍ର ବିଦ୍ୟାଳୟ ପରିବେଶ ଶୋକାକୁଳ ହୋଇଉଠିଛି । ବରିଷ୍ଠ ଶିକ୍ଷକ ବିଦ୍ୟାଧର ମିଶ୍ର , ବିଶ୍ବଜିତ ବାନାର୍ଜୀ, ଅରୁଣ କୁମାର ଭଟ୍ଟାଚାର୍ଯ୍ୟ, ଶିକ୍ଷୟତ୍ରୀ ସ୍ୱାଗତିକା ପ୍ରଧାନ, ଦୀପିକା ରାଣୀ ନନ୍ଦ ପ୍ରଭୃତି ଶ୍ରୀମତୀ ମିଶ୍ରଙ୍କ କାର୍ଯ୍ୟାବଳୀ କୁ ପ୍ରଶଂସା କରିଥିଲେ | ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result