No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ବାମନ ଅବକାଶ ଉଚ୍ଚବିଦ୍ୟାଳୟ ପରିସରରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉଦ୍ଘାଟନ ହୋଇଯାଇଛି । ଏହି ଉତ୍ସବରେ ବହୁ ଆକାଂକ୍ଷୀତ ସମନ୍ୱିତ ଯୋଜନାର ଲାଭ ଓଡିଶାବାସୀ ବିଶେଷକରି ବରିଷ୍ଠ ନାଗରିକମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମତପୋଷଣ କରିଥିଲେ । ତତ ସହିତ ପତାକା ଦେଖାଇ ଏକ ପ୍ରଚାର ରଥର ଶୁଭାରମ୍ଭ କରିଥିଲେ ।

ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ପୁରୁଷ ହିତାଧିକାରୀ ପାଞ୍ଚ ଲକ୍ଷ ଟଙ୍କା ଯାଏ ଓ ମହିଳା ହିତାଧିକାରୀ ବାର୍ଷିକ ଅତିରିକ୍ତ ପାଞ୍ଚ ଲକ୍ଷ ଓ ମାଗଣା ଚିକିତ୍ସା ସୁବିଧା ପାଇବାକୁ ଯୋଗ୍ୟ ହେବେ ସୁଚାଇ ଦେଇଥିଲେ । ଏହି ସମନ୍ଵିତ ଯୋଜନାଅଧୀନରେ ସାରାଦେଶର ପ୍ରାୟ ୨୯୦୦୦ରୁ ଅଧିକ ସରକାରୀ ଓ ଅନୁବନ୍ଧିତ ଘରୋଇ ହସ୍ପିଟାଲମାନଙ୍କରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବାକୁ ଉପଲବ୍ଧ କରାଯାଇପାରିଛି ବୋଲି ଅନ୍ୟତମ ଅତିଥି ମାନ୍ୟବର ବିଧୟକ ଖଣ୍ଡପଡା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ଵାଇଁ ମତପୋଷଣ କରିଥିଲେ ।
ପ୍ରତି ସରକାରୀ ସ୍ୱାସ୍ଥ୍ୟ କାର୍ଡର ହିତାଧିକାରୀ, ଯେଉଁମାନେ ନୂତନ କାର୍ଡ ପାଇପାରିନାହାଁନ୍ତି, ସେମାନେ କେବଳ ନୂତନ କାର୍ଡ ପାଇବା ପର୍ଯ୍ୟନ୍ତ ପୁରୁଣା ସ୍ୱାସ୍ଥ୍ୟ କାର୍ଡ ଅଥବା ଆଧାର କାର୍ଡ ମାଧ୍ୟମରେ ବିନାମୂଲ୍ୟରେ ଚିକିତ୍ସା ସୁବିଧା ହାସଲ କରିପାରିବେ । ଏହି ଅବସରରେ ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ପ୍ରତିଶୃତି ଅନୁସାରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ ବୋଲି କହିଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଗ୍ରାମସ୍ତରରେ ଏଥିପାଇଁ ଆଶାକର୍ମୀ ଓ ବ୍ଲକସ୍ତରରେ ସ୍ୱାସ୍ଥ୍ୟକର୍ମୀମାନେ ଜନସାଧାରଣଙ୍କ ନିକଟରେ କାର୍ଡ ପହଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିବା ସହିତ ଅଯଥା ହତାଶ ନ ହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ | ଏହି ସମନ୍ଵିତ ସ୍ୱାସ୍ଥ୍ୟ କାର୍ଡରେ ପ୍ରାୟ ୨୦୦୦ ପ୍ରକାର ଚିକିତ୍ସାର ସୁବିଧା ମିଳିବ। ହିତାଧିକାରୀ ଆଗରୁ କୌଣସି ରୋଗରେ ପୀଡ଼ିତ ଥିଲେ ମଧ୍ୟ ତାଙ୍କ ପାଇଁ ଓ୍ୱେଟିଂ ପିରିୟଡ ବା ଅପେକ୍ଷା ଅବଧି ଲାଗୁ ନ ହୋଇ ପ୍ରଥମ ଦିନରୁ ହିଁ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ।
ଯୋଗ୍ୟ ହିତାଧିକାରୀମାନଙ୍କ ମେଡିକାଲରେ ରହିବା ଏବଂ ଖାଦ୍ୟ ଖର୍ଚ୍ଚ ବି ଦେବାକୁ ପଡିବ ନାହିଁ । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଆଜି ଏକାସଙ୍ଗେ ଜିଲ୍ଲାର ୩୭ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସମନ୍ଵିତ କାର୍ଡ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ କରାଯାଉଛି ଓ ସମୁଦାୟ ୫,୦୦୯୯୪ ଜଣ ହିତାଧିକାରୀ ପର୍ଯ୍ୟାୟକ୍ରମେ ଏହି ଯୋଜନାରେ ସାମିଲ ହେବେବୋଲି ଜଣାଇ ଦିଆଯାଇଥିଲା । .
ନିକଟସ୍ଥ ଜନ ସେବା କେନ୍ଦ୍ରମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କର ଆଧାର ସଂଯୋଗୀକରଣ ପ୍ରକ୍ରିୟା ସମ୍ପୂର୍ଣକରି ଏହି କାର୍ଡପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହି ସମନ୍ଵିତ କାର୍ଡ ସମ୍ପର୍କରେ ଆମର ହେଲ୍ପ ଲାଇନ ନମ୍ବର ୧୪୫୫୫ ଅଥବା ଜ଼ିଲ୍ଲା ସଂଯୋଜକଙ୍କ ମୋବାଇଲ ନମ୍ବର ୯୪୩୮୬୦୧୧୨୨ରେ ଯୋଗାଯୋଗ କରି ଯୋଜନା ବାବଦରେ ଯେକୌଣସି ତଥ୍ୟ ଅନୁସନ୍ଧାନ ଅଥବା ଅଭିଯୋଗ ରଖିପାରିବେ I
ଏହି କାର୍ଯ୍ୟକ୍ରମରେ ନୟାଗଡ ପୌର ପରିଷଦ ଅଧକ୍ଷ୍ୟା ନିରୁପମ ଖଟେଇ, ଗୋଷ୍ଠୀ ଉନ୍ନୟନ ଅଧକାରିଣୀ, ବଡ଼ପଣ୍ଡୁସର ଗୋଷ୍ଠୀ ଚିକିତ୍ସା ଅଧକାରୀ ଜ୍ଞାନ ଜ୍ୟୋତି ଦାସ ,ତଥା ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଜିଲ୍ଲା ,ବ୍ଲକ ସ୍ତରୀୟ , ଅଧକାରୀମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
(ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)
No Result
View All Result