No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜସ୍ଥାନର ମାଉଣ୍ଟାବୁ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ରାଜଯୋଗିନୀ ଦାଦୀ ରତନମୋହିନୀ ଙ୍କର ଗତ ୮ ତାରିଖ ମଙ୍ଗଳବାର ଦିନ ରାତ୍ର ୧.୩୦ ମିନିଟ୍ ରେ ପରଲୋକ ହୋଇଯାଇଛି। ମୃତ୍ତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତରେ ରାଜସ୍ଥାନର ରାଜ୍ୟପାଳ ହରିଭାଇ ବାଗଡେ ତଥା ମୁଖ୍ୟମନ୍ତ୍ରୀ ଭାଜନଲାଲ ଶର୍ମା ଗଭୀର ଶୋକପ୍ରକାଶ କରିଛନ୍ତି।
ତତ୍ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତଥା ଭାରତ ବର୍ଷର ପ୍ରାୟ ସବୁ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଧର୍ମନେତା, ରାଜନେତା,ତଥା ଧର୍ମଗୁରୁ ମାନେ ନିଜର ଶୋକବାର୍ତ୍ତା ପଠାଇଛନ୍ତି। ୧୯୨୫ ମାର୍ଚ୍ଚ ୨୫ ତାରିଖରେ ପାକିସ୍ଥାନର ସିନ୍ଧିପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦରେ ରତନ ମୋହିନୀ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପ୍ରକୃତ ନାମ ଲକ୍ଷ୍ମୀ ରଖାଯାଇଥିଲା। ମାତ୍ର ୧୨ ବର୍ଷ ବୟସରେ ସେ ଆଧ୍ୟାତ୍ମିକ ଚିନ୍ତାନୁଧାରା ପ୍ରତି ଆକର୍ଷିତ ହୋଇ ଲେଖରାଜ୍ କୃପାଳିନୀଙ୍କ ଦ୍ଵାରା ପ୍ରତିଷ୍ଠିତ ଓମ୍ ମଣ୍ଡଳୀରେ ଯୋଗ ଦେଇଥିଲେ।
୧୯୩୬ ମସିହାରେ ଏହି ସଂଗଠନ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ନାମରେ ପ୍ରତିଷ୍ଠା ଲାଭ କରିଥିଲା। ଅଦ୍ୟାବଧି ଏହି ଅନୁଷ୍ଠାନ ୧୪୪ଟି ଦେଶରେ ୧୫୦୦୦ରୁ ଉର୍ଦ୍ଧ୍ବ ଲୋକ ସେବାକେନ୍ଦ୍ର ପ୍ରତିଷ୍ଠା ଲାଭ କରି ମହିଳାଙ୍କ ଦ୍ବାରା ପରିଚାଳିତ ହୋଇ ଦେଶର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଅନୁଷ୍ଠାନର ମର୍ଯ୍ୟାଦା ହାସଲ କରିପାରିଛି। ଏହି ଅନୁଷ୍ଠାନରେ ଅଦ୍ୟାବଧି ୧୫ଲକ୍ଷରୁ ଉର୍ଦ୍ଧ୍ବ ଭାଇ,ଭଉଣୀ ପ୍ରତ୍ୟହ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ କରୁଛନ୍ତି ।
ଦାଦୀଙ୍କର ଏହି ଅନ୍ତେଷ୍ଟି କ୍ରିୟାରେ ଭାରତ ସମେତ ବିଶ୍ବର ୧୦୦ ରୁ ଉର୍ଦ୍ଧ୍ବ ଦେଶରୁ ୧୫୦୦୦ରୁ ଉର୍ଦ୍ଧ୍ବ ଭାଇଭଉଣୀ ଯୋଗଦାନ କରିଥିଲେ। ଓଡ଼ିଶାରୁ ଶତାଧିକ ବ୍ରହ୍ମକୁମାରୀ ଭାଇ,ଭଉଣୀ ଯୋଗଦାନ କରିଥିଲେ। ତନ୍ମଧ୍ୟରୁ ଜଟଣୀ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି ଭଉଣୀ ଓ ବରିଷ୍ଠ ଭ୍ରାତା ବ୍ରହ୍ମକୁମାର ଅଶୋକ ଭାଇ ଅନ୍ତେଷ୍ଟି କ୍ରିୟାରେ ଯୋଗଦାନ କରିଥିଲେ।
No Result
View All Result